fbpx

ଜେଇଇ ଓ ନିଟ ପରୀକ୍ଷା ନେଇ କ’ଣ କହିଲେ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୮ ।୮(ଓଡିଶା ଭାସ୍କର):ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସେ କହିଛନ୍ତି ଯେ, ‘ବର୍ତ୍ତମାନର ପରିସ୍ଥିତି ପରେ ବି ଜେଇଇ ପରୀକ୍ଷା ହେଉଛି । ପରୀକ୍ଷାର୍ଥୀଙ୍କ ଯାତାୟତ କଥା ରାଜ୍ୟ ସରକାର ବୁଝିବେ । ପରିବହନ କ୍ଷେତ୍ରରେ ଅସୁବିଧା ଥିଲେ ସରକାର ଟ୍ରାନ୍ସପୋର୍ଟ ବ୍ୟବସ୍ଥା ଯୋଗାଇବେ । ବିନା କୌଣସି ଦେୟରେ ସରକାର ପରୀକ୍ଷାର୍ଥୀଙ୍କ ଯାତାୟତ ସୁବିଧା କରିବେ । ଏହି ସମୟରେ ଦରକାର ପଡିଲେ କରୋନା କଟକଣା କୋହଳ କରିବେ । ଆଡମିଟ୍ କାର୍ଡ ଦେଖାଇଲେ ଯାତାୟତରେ ଅସୁବିଧା ହେବ ନାହିଁ । ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

 

ତେବେ JEE ମେନ୍ ପରୀକ୍ଷା ୧ରୁ ୬ ତାରିଖ ମଧ୍ୟରେ ହେବ। ଓଡ଼ିଶାର ୭ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଓଡ଼ିଶାର ୩୭ ହଜାର ପରୀକ୍ଷାର୍ଥୀ JEE, NEET ପରୀକ୍ଷା ଦେବେ। ପିଲାଙ୍କ ସୁବିଧା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ ସେଣ୍ଟର ହୋଇଛି। ପରିବହନ ବ୍ୟବସ୍ଥା ଦରକାର ଥିଲେ, ନୋଡାଲ ସେଣ୍ଟରରେ ଜଣାଇବେ। ପରୀକ୍ଷାର୍ଥୀଙ୍କ ଯାଆସ ନେଇ କୌଣସି କଟକଣା ରହିବ ନାହିଁ। ପିଲାମାନେ କେମିତି ରହିବେ, ନୋଡାଲ ସେଣ୍ଟର ବ୍ୟବସ୍ଥା କରିବ  ।

Get real time updates directly on you device, subscribe now.