fbpx

ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ (୨୯ ଅଗଷ୍ଟ ୨୦୨୦)

ମେଷ: ଅଫିସରେ ଆପଣଙ୍କ ରାୟ ରଖିବାରେ ପୂରା ସୁଯୋଗ ମିଳିବ। କାରବାରୀଙ୍କୁ ବିଶେଷ ଲାଭ ହେବ। ବନ୍ଧୁ ଆପଣଙ୍କୁ କୌଣସି କାମ ପାଇଁ ସାହାଯ୍ୟ ମାଗିପାରନ୍ତି। ଛାତ୍ରଙ୍କୁ ପରିଶ୍ରମର ଯଥେଷ୍ଟ ସୁଫଳ ମିଳିବ।

ବୃଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କାହାରିକୁ କୌଣସି କଥା ବୁଝାଇବାରେ ସଫଳ ହେବେ। ସମାଜରେ ପ୍ରତିପତ୍ତି ବଢ଼ିବ। ନୂଆ ଘର କିଣିବା ପାଇଁ ଯୋଜନା କରିବେ। ଜୀବନସାଥୀଙ୍କ ସହିତ ଦିନଟି ଭଲରେ କଟିବ।

ମିଥୁନ: ନିଜ ଲକ୍ଷ୍ୟକୁ ପୂରା କରିବା ଦିଶାରେ କାମ କରିବେ। କାର‌୍ୟ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଦାଂପତ୍ୟ ସମ୍ବନ୍ଧ ଲାଗି ଦିନଟି ଭଲ। ଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ।

କର୍କଟ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଆପଣଙ୍କୁ ମାତା ପିତାଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ଅଫିସରେ ଆପଣଙ୍କ କାମକୁ ଠିକ୍ ଦିଶା ଦେବେ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ସନ୍ଧ୍ୟାରେ ଘରକୁ ଅତିଥି ଆସିବାର ସମ୍ଭାବନା।

ସି˚ହ: ପଇସା ସମ୍ବନ୍ଧୀୟ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ବଡ଼ ଅଧିକାରୀଙ୍କର ସହଯୋଗ ମିଳିବ। କାମ ଲାଗି ରାଜ୍ୟ ବାହାରକୁ ଯିବାକୁ ପଡ଼ିପାରେ। ରାଜନୀତିରେ ସାମାଜିକ କାର‌୍ୟ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। କୋର୍ଟ କଚେରି ମାମଲାରେ ସଫଳତା ମିଳିବ।

କନ୍ୟା: ଆପଣଙ୍କର ଚଞ୍ଚଳ ସ୍ବଭାବ ଲାଗି ଆପଣ ଅଶାନ୍ତି ହୋଇପାରନ୍ତି। କାହାରି ସହିତ କଥାବର୍ତ୍ତା କରିବା ସମୟରେ ଭାବିଚିନ୍ତି କଥା କୁହନ୍ତୁ। ସରକାରୀ କାମରେ ବାଧା ଆସିପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ମଜଭୁତ ହେବ।

ତୁଳା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଭାବିଥିବା କାମ ନିର୍ଦ୍ଦିଷ୍ଟ ସମୟରେ ପୂରା ହୋଇଯିବ। ଜୀବନରେ ସୁଖ ଶାନ୍ତି ଆସିବ। ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି।

ବିଛା: ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ। ବ୍ୟବସାୟର ସଉଦା ପାଇଁ ଦୂରସ୍ଥାନକୁ ଯାଇପାରନ୍ତି। ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

ଧନୁ: ଆଜି ଆପଣଙ୍କ ସମ୍ମୁଖକୁ ନୂଆ ସୁଯୋଗ ଆସିବ। ଭାବିଥିବା ସବୁ କାମ ପୂରା ହୋଇଯିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। କ˚ପ୍ୟୁଟର ଇ˚ଜିନିୟରଙ୍କୁ ବଡ଼ କ˚ପାନିରେ ଚାକିରିର ପ୍ରସ୍ତାବ ମିଳିବ।

ମକର: ଆଜି କିଛି କାମ ଆପଣଙ୍କ ଇଚ୍ଛା ଅନୁସାରେ ହୋଇନପାରେ। ସ˚ପର୍କିୟ ଓ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ କାର‌୍ୟ୍ୟରେ ରୁଚି ନେଇପାରନ୍ତି। ଚାକିରିରେ ବିଶେଷ ଦାୟିତ୍ବ ଗ୍ରହଣ କରିବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ: ସାରା ଦିନ ନୂଆ ଊର୍ଜାରେ ଭରି ରହିବେ। ଭାଗୀଦାରିଙ୍କ ସଙ୍ଗରେ ରହି କାମ କରିବାର ସକ୍ଷମ ହେବେ। ଆର୍ଥିକ ସ୍ଥିତି ବଢ଼ିଆ ରହିବ। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ।

ମୀନ: ଆପଣ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିବେ। ନୂଆ ପରିଯାଜନାରେ କାମ ଶୁଭାରମ୍ଭ କରିବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହୋଇପାରେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ସୁସ୍ବାଦୁ ଖାଦ୍ୟ ଭୋଜନ

Get real time updates directly on you device, subscribe now.