fbpx

ବନ୍ୟାରେ କ୍ଷତିଗ୍ରସ୍ତଙ୍କୁ କେବେ ମିଳିବ ଉପଯୁକ୍ତ କ୍ଷତିପୂରଣ, ଜାଣନ୍ତୁ କଣ କହିଲେ ଏସଆରସି

ଭୁବନେଶ୍ୱର, ୨୯ା୮(ଓଡ଼ିଶା ଭାସ୍କର): ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବା କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଏହାସହ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ହୀରାକୁଦ ଡ଼୍ୟାମର ଗୋଟିଏ ପରେ ଗୋଟିଏ ଗେଟ ଖୋଲା ଯାଉଛି । ଯାହା ଫଳରେ ରାଜ୍ୟର କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ଜଳ ଘେରରେ ଲୋକମାନେ ଦିନ କାଟୁଛନ୍ତି । ଏହାସହ ବହୁ କ୍ଷତିଗ୍ରସ୍ତ ମଧ୍ୟ ହୋଇଛି । ତେଣୁ ବନ୍ୟାରେ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ କ୍ଷତିଗ୍ରସ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପୋଲିସ ତଦନ୍ତ ରିପୋର୍ଟ ଆସିବା ପରେ ବନ୍ୟାରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ଏସଆରସି କହିଛନ୍ତି ।

Get real time updates directly on you device, subscribe now.