fbpx

ସବୁ ପିଲା ଆମ ପରିବାରର, କଷ୍ଟ ସମୟରେ ପିଲାଙ୍କ ସହ ରୁହନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦ା୮(ଓଡ଼ିଶା ଭାସ୍କର): ଦଳୀୟ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ସେ ନିଟ୍ ଓ ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କ ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି । ସବୁ ପିଲା ଆମ ପରିବାରର ତେଣୁ କଷ୍ଟ ସମୟରେ ପିଲାଙ୍କ ସହ ରୁହନ୍ତୁ ବୋଲି ନବୀନ କହିଛନ୍ତି । ବନ୍ୟା ଓ କୋଭିଡ଼ ସ୍ଥିତିରେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରାଯାଇଥିଲା । ଯେହେତୁ ଦାବି ପୂରଣ ହେଲାନି ତେଣୁ ପିଲାଙ୍କ ପାଖରେ ଏବେ ୪୮ଘଣ୍ଟାରୁ କମ ସମୟ ରହିଛି । ଏହାସହ ରାଜ୍ୟ ସରକାର ପିଲାଙ୍କ ମାଗଣା ପରିବହନ ଓ ରହିବା ବ୍ୟବସ୍ଥା କରିଛନ୍ତି । ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମରେ ପିଲାଙ୍କୁ ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାସହ ବନ୍ୟା, କୋଭିଡ଼, ଖାଦ୍ୟ ସୁରକ୍ଷାରେ ଲୋକଙ୍କୁ ସହଯୋଗ କରିବାକୁ ବିଧାୟକଙ୍କୁ ଆହ୍ୱାନ ଦେଇଛନ୍ତି । କୋଭିଡ଼ ରୋଗୀଙ୍କ ଶବ ସଂସ୍କାର କ୍ଷେତ୍ରରେ ସହଯୋଗ କରନ୍ତୁ । ଖୋର୍ଦ୍ଧା ଓ କଟକରେ କୋଭିଡ଼ ପରିଚାଳନାପାଇଁ ଅଧିକ ପରିଶ୍ରମ କରିବାକୁ ହେବ । ଅନ୍ୟ ରାଜ୍ୟରୁ ୧୦ଲକ୍ଷ ଭାଇଭଉଣୀ ଓଡ଼ିଶା ଫେରିଛନ୍ତି । କେହି ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହେବେ ସେନେଇ ଧ୍ୟାନ ଦିଅନ୍ତୁ । ନିର୍ମାଣ ଶ୍ରମିକ ଯୋଜନାରେ ପଞ୍ଜୀକରଣରେ ସହଯୋଗ କରନ୍ତୁ । ବନ୍ୟା ବେଳେ ଲୋକଙ୍କ ସାଥୀରେ ରୁହନ୍ତୁ । ସରକାର ସବୁ ସହଯୋଗ ଦେବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.