fbpx

ରାଜଧାନୀରେ କଟକଣା ଭିତରେ ହେବ ଦୁର୍ଗାପୂଜା

ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କଟକଣା ଭିତରେ ଦୁର୍ଗାପୂଜା ହେବ । ସେହିପରି କଟକରେ ମଧ୍ୟ କଟକଣା ଭିତରେ ପୂଜା ହେବ । କିନ୍ତୁ ତୋରଣ, ସାଜସଜ୍ଜା, ଭସାଣୀ, ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ । ଦୁଆର ଦୁଆର ବୁଲି ଚାନ୍ଦା ଆଦାୟ ହେବ ନାହିଁ । କଟକଣା ଯୁକ୍ତ ପୂଜା ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ମଣ୍ଡପରେ ୧୦ରୁ ଅଧିକ ପୂଜା କମିଟି ସଦସ୍ୟ ସାମିଲ ହୋଇପାରିବେନି । ଏହାସହ ପୂଜା ପାଇଁ ମଣ୍ଡପକୁ ଭକ୍ତ ଆସିପାରିବେ ନାହିଁ । ମହାମାରୀ କରୋନା ଯୋଗୁଁ ଏହିପରି ନିଷ୍ପତ୍ତି ନିଆଯାଇଛି । ପୂଜା କମିଟି ସଦସ୍ୟ ଓ କମିଶନରେଟ ପୋଲିସ ଭିତରେ ପୂଜା ନେଇ ଏକ ବୈଠକ ବସିବା ପରେ ଏହିପରି ନିଷ୍ପତ୍ତି ନିଆଯାଇଛି । ଟ୍ରାକ୍ଟର, ଟ୍ରକରେ ଭସାଣି କରିବା ପରିବର୍ତ୍ତେ ଟ୍ରଲି ଓ ଅଟୋରେ ଭସାଣି କରିବାକୁ କୁହାଯାଇଛି । ମୂର୍ତ୍ତିର ଆକାର ୪ଫୁଟ ରଖିବାକୁ କୁହାଯାଇଛି । ଏହାସହ ଅକ୍ଟୋବର ପ୍ରଥମ ସପ୍ତାହରେ ଏହି ପ୍ରସ୍ତାବ ଉପରେ ପୁଣିଥରେ ଆଲୋଚନା କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

Get real time updates directly on you device, subscribe now.