fbpx

ମହିଳା ଦିନିକିଆ ସିରିଜ : ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କଲା ଅଷ୍ଟ୍ରେଲିଆ

ବ୍ରିସବେନ,୩ା୧୦: ସନିବାର ଦିନ ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଉଭୟ ବ୍ୟାଟିଂ ଓ ବୋଲିଂରେ ସଫଳ ପ୍ରଦର୍ଶନ କରି ଭ୍ରମଣକାରୀ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ହରାଇ ୧-୦ ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୪୯.୧ ଓଭରରେ ୧୮୦ ରନ କରି ଅଲ ଆଉଟ ହୋଇ ଯାଇଥିବା ବେଳେ ପଛରେ ବ୍ୟାଟିଂ କରି ଅଷ୍ଟ୍ରେଲିଆ କେବଳ ୩ ୱିକେଟ ହରାଇ ୩୩.୪ ଓଭରରେ ୧୮୧ ରନ କରି ସହଜ ବିଜୟ ହାସଲ କରିଛି । ଓନର ରାଚେଲ ହେନ୍ସ ୪୪,ଅଲିଶାଲ ହିଲି ୨୬ ଓ ଅଧିନାୟିକା ମେଗ ଲିନିଂ ଅପରାଜିତ ୬୨ରନ କରିବା ଫଳରେ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିବା ପାଇଁ କୌଣସି ସମସ୍ୟା ହୋଇ ନ ଥିଲା ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ସଫଳ ବୋଲର ଭାବେ ରୋଜମେରୀ ମେୟର ସର୍ବାଧିକ ୨ ୱିକେଟ ଅକ୍ତିଆର କରିଥିଲେ । ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରତିପକ୍ଷ ବୋଲରଙ୍କୁ ମୁକାବିଲା କରିବାରେ ସଫଳ ହୋଇ ପାରି ନ ଥିଲା । ଦଳ ପକ୍ଷରୁ ପେରକିନ୍ସ ୩୨,ମ୍ୟାଡି ଗ୍ରିନ ୩୫,ହେଲି ଜେନସେନ୨୧,କେଲେ ମାର୍ଟିନଙ୍କ ୨୧ ରନ ବ୍ୟତିତ ଅନ୍ୟମାନଙ୍କ ପ୍ରଦର୍ଶନ ସନ୍ତୋଷଜନକ ନ ଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ସଫଳ ବୋଲର ଭାବେ ଜର୍ଜିଆ ୱରହାମ,ଜୋନାସେନ ଓ ମୋଲିନେକ୍ସ ପ୍ରତ୍ୟେକ ୨ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ଅନୁଷ୍ଠିତ ଟି-୨୦ ସିରିଜରେ ମଧ୍ୟ ଅଷ୍ଟ୍ରେଲିଆ ଜିତାପଟ ମାରି ନେଇଥିଲା । ଗତ ମାର୍ଚ୍ଚ ମାସ ପରେ ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ସିରିଜ ଅନୁଷ୍ଠିତ ହେଉଛି ।

Get real time updates directly on you device, subscribe now.