fbpx

ବିଦ୍ୟୁତ ତାର ଲାଗି ଚାଲିଗଲା ଶ୍ୱଶୁର ଓ ବୋହୂଙ୍କ ଜୀବନ

ରାୟଗଡ଼ା,୧୦ ।୧୦(ଓଡିଶା ଭାସ୍କର): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ୱଶୁର, ବୋହୂଙ୍କ ମୃତ୍ୟୁ ଘଟିଛି । ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଠଙ୍ଗପଡ଼ା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା ।

ତେବେ, ଗତକାଲି ରାତିରେ ଘରେ ସର୍ଟ ସର୍କିଟ ଯୋଗୁ ଉଭୟଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଘର କବାଟରେ ବିଦ୍ୟୁତ ତାର ଲାଗିଥିବା ବେଳେ ପ୍ରଥମେ ଶ୍ୱଶୁର ଦହନି ମାଣ୍ଡାଙ୍ଗୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ବିଦ୍ୟୁତ ଆଘାତରେ ଶ୍ୱଶୁର ଗୁରୁତର ହୋଇ ଛଟପଟ ହେଉଥିବା ବେଳେ ବଞ୍ଚାଇବାକୁ ଆସି ବୋହୂ ସୁମିତ୍ରା ମାଣ୍ଡାଙ୍ଗୀ ମଧ୍ୟ ଲାଗି ଯାଇଥିଲେ । ପଡେ଼ାଶୀମାନେ ଉଭୟଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଉଭୟ ଦହନି ଓ ସୁମିତ୍ରାଙ୍କୁ ଗୁରୁତର ଅବସ୍ଥାରେ ବିଷମକଟକ ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

Get real time updates directly on you device, subscribe now.