fbpx

ଓଡ଼ିଶା ଉପରେ ଚକ୍ରବାତ ବାୟୁପ୍ରବାହ ସକ୍ରିୟ, ୩ରେ ୮ଜିଲ୍ଲା ସାବଧାନ!

ଭୁବନେଶ୍ୱର, ୩୧ା୧୨(ଓଡ଼ିଶା ଭାସ୍କର): ଦକ୍ଷିଣ ଓଡ଼ିଶା ଉପରେ ଚକ୍ରବାତ ବାୟୁପ୍ରବାହ ସକ୍ରିୟ ରହିଛି । ଏହା ସମୁଦ୍ର ପତନରୁ ୧.୫କିମିରୁ ୨.୧ କିମି ଉପରେ ସକ୍ରିୟ ହୋଇଥିବା ସୂଚନା ମିଳିଛି । ଏନେଇ ୮ଟି ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ବିପର୍ଯ୍ୟୟ ପରିଚାଳନା ବିଭାଗ । ଆସନ୍ତା ୩ ତାରିଖରେ ଘୂର୍ଣ୍ଣିଝଡ଼, ବିଜୁଳି ସହ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି । ୮ଜିଲ୍ଲା ଗୁଡ଼ିକ ହେଉଛି ମୟୁରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ଗଜପତି, ରାୟଗଡ଼ା, ନୟାଗଡ଼ ଓ କନ୍ଧମାଳ । ଏହି ସବୁ ଜିଲ୍ଲାପାଇଁ ସତର୍କ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.