fbpx

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଭିତରକନିକା

ରାଜନଗର,୧୯ ।୧୦ (ଓଡିଶା ଭାସ୍କର) : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ପ୍ରତିଦିନ ସର୍ବାଧିକ ୫୦୦ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ । କିନ୍ତୁ ପ୍ରବେଶ ପାଇଁ କୋଭିଡ୍ ନିୟମ ପାଳନ କରିବା ବାଧ୍ୟତାମୂଳକ ରହିବ । ପୂର୍ବରୁ ସେଠାରେ କେବଳ ରାତ୍ରି ଯାପନ କରିବାକୁ ଅନୁମତି ମିଳିଥିଲା । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ କରୋନା ପାଇଁ ଦୀର୍ଘ ଦିନହେବ ଭିତରକନିକା ବନ୍ଦ ରହିଥିଲା । ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ୧୯ରୁ ଖୋଲିବା ନେଇ ପିସିସିଏଫ୍ ହରିଶଙ୍କର ଉପାଧ୍ୟାୟ ପୂର୍ବରୁ ସୂଚନା ଦେଇଥିଲେ । ଖୋଲିବା ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଗାଇଡଲାଇନ୍ ମଧ୍ୟ ଜାରି ହୋଇଥିଲା ।

Get real time updates directly on you device, subscribe now.