fbpx

ପାର୍ବଣ ପାଇଁ କମିସନରେଟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ

ଭୁବନେଶ୍ୱର,୧୯ ।୧୦(ଓଡିଶା ଭାସ୍କର): ପାର୍ବଣ ଋତୁରେ କମିସନରେଟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ସେ କହିଛନ୍ତି ଯେ, ‘ପାର୍ବଣ ସମୟରେ ଅପରାଧୀଙ୍କ କାର୍ଯ୍ୟକଳାପ ବଢିଥାଏ । ସେଥିପାଇଁ ୧୫ ଦିନିଆ ଡ୍ରାଇଭ ଆରମ୍ଭ ହୋଇଛି । ୱାରେଣ୍ଟି, ଜୁଆ ଓ ଅବକାରୀ ନେଇ ପ୍ରସ୍ତୁତ ହୋଇଛି ଏହି ଡ୍ରାଇଭ । ଗତ ୩ ଦିନରେ ୧୨ରୁ ୧୩ ଜଣଙ୍କୁ ଗିରଫ କରାଯାଇଛି । ଲୋକ ସହଯୋଗ କଲେ ଆମେ ସଫଳତା ପାଇବୁ ।’

ପାର୍ବଣ ଋତୁରେ ଲୋକେ କୋଭିଡ ନିୟମ ମାନନ୍ତୁ ବୋଲି ଉମାଶଙ୍କର କହିଛନ୍ତି । ଏହା ସହ ଜୋରଜବରଦସ୍ତି ଚାନ୍ଦା ଆଦାୟ କରିବା, ଦାଦା ବଟି ମାଗିଲେ ବନ୍ଧା ହେବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି ।

Get real time updates directly on you device, subscribe now.