ଯାଜପୁର,୨୦ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ପ୍ରୀତିରଞ୍ଜନ ଘଡାଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ଯେ, ‘କରୋନାର କୌଣସି ଲକ୍ଷଣ ନଥିଲେ ବି ଯେହେତୁ ସ୍ୱାବ ଟେଷ୍ଟ ପଜିଟିଭି ଆସିଛି । ଡାକ୍ତରଙ୍କ ପରାମର୍ଶକ୍ରମେ ମୁଁ ୨ ଦୁଇ ସପ୍ତାହ ପାଇଁ ସଙ୍ଗରୋଧରେ ରହୁଛିି ।
#ମୁଁ_ସଂଗରୋଧରେ_ଅଛି
ଯଦିଓ Coronaର କୌଣସି ଲକ୍ଷଣ ନାହିଁ; କିନ୍ତୁ ମୋର ସ୍ୱାବ ଟେଷ୍ଟ ରିପୋର୍ଟ Positive ଆସିଛି।
ଡାକ୍ତରଙ୍କ ପରାମର୍ଶରେ ମୁଁ 2ସପ୍ତାହ ସଂଗରୋଧରେ ରହୁଛି।— Pritiranjan Gharai (@PritiranjanBJD) October 20, 2020