fbpx

ତିନି ବାଂଲାଦେଶୀ ନାବିକ ଉଦ୍ଧାର

ପାରାଦୀପ ,୨୨ ।୧୦(ଓଡିଶା ଭାସ୍କର): ପାରାଦୀପ ବନ୍ଦରର କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଆଜି ଅପରାହ୍ନରେ ତିନିଜଣ ବାଂଲାଦେଶୀ ନାବିକଙ୍କ ଜୀବନ ରକ୍ଷା କରିଛି। ଜାହାଜ ଓସେନ ଶତାବ୍ଦୀର ତିନିଜଣ ବାଂଲାଦେଶୀ ନାବିକଙ୍କ ଡଙ୍ଗା ସମୁଦ୍ରରେ ବୁଡିଯିବା ପରେ ପିପିଟିର ସାମୁଦ୍ରିକ ଉଦ୍ଧାରକାରୀ ଦଳ ଏକ ଅପରେସନ୍ ଆରମ୍ଭ କରି ତିନି ନାବିକଙ୍କୁ ଗୁରୁତର ବିପଦରୁ ଉଦ୍ଧାର କରିଥିଲେ। ପୋର୍ଟ ପାଟ୍ରୋଲିଂ କ୍ରାଫ୍ଟ ଏବଂ ଟଗ୍ ଡଙ୍ଗା ସାହାଯ୍ୟରେ ସାମୁଦ୍ରିକ ଉଦ୍ଧାରକାରୀ ଦଳ ଜାହାଜର ଦ୍ୱିତୀୟ ଇଞ୍ଜିନିୟର, ତୃତୀୟ ଇଞ୍ଜିନିୟର ଏବଂ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପିପିଟି ଡାକ୍ତରଖାନାକୁ ଅଣାଯାଇଥିଲା ଏବଂ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

Get real time updates directly on you device, subscribe now.