fbpx

ସେଲଫ୍‌ କ୍ବାରେଣ୍ଟାଇନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ

ଜେନେଭା, ୨।୧୧:  ନିଜକୁ ସେଲଫ୍‌ କ୍ବାରେଣ୍ଟାଇନ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନୋମ୍  । ସେ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ତେଣୁ ସେ ନିଜକୁ ସେଲ୍‌ଫ୍‌ କ୍ୱାରେଣ୍ଟିନରେ ରଖିବା ନେଇ ରବିବାର ଟ୍ୱିଟ୍‌ କରି ସୂଚନା ଦେଇଥିଲେ।

ତାଙ୍କ ପାଖରେ କୌଣସି ଲକ୍ଷଣ ନାହିଁ। ଏବେ ସେ ସୁସ୍ଥ ଅଛନ୍ତି। WHOର ସମସ୍ତ ପ୍ରୋଟୋକଲ୍‌ ପାଳନ କରିବେ ବୋଲି ସେ କହିଛନ୍ତି। ଏହାସହ ଘରେ ରହି କାର୍ଯ୍ୟ କରିବେ ବୋଲି ଟ୍ୱିଟ୍ କରି ଟେଡ୍ରୋସ୍‌ କହିଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ଯେ ମହାମାରୀ ମଧ୍ୟରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ପାଳନ କରିବା ଜରୁରୀ ଅଟେ। ସଂକ୍ରମଣ ହ୍ରାସ କରିବା ଏବଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଭାରକୁ ଦୂର କରିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି।

Get real time updates directly on you device, subscribe now.