fbpx

ଶାଶୁଙ୍କ ଅଭିଯୋଗ ପରେ ବର୍ଷାଙ୍କ ପାଲଟା ଅଭିଯୋଗ

କଟକ,୬ ।୧୧(ଓଡିଶା ଭାସ୍କର): ବଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାଦ ଜାରି ରହିଛି । ଏହାରି ମଧ୍ୟରେ ଅନୁଭବଙ୍କ ମା’ ବର୍ଷାଙ୍କୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁରୀଘାଟ ଥାନାରେ ଅନୁଭବଙ୍କ ମା’ ଲିଖିତ ଅଭିଯୋଗ କରିଛନ୍ତି । ଘର ମରାମତି ପାଇଁ ୧୦ ଦିନ ବର୍ଷା ଘର ଛାଡିବା ଜରୁରୀ । କହିବା ସତ୍ୱେ ବର୍ଷା ଘର ଖାଲି ନକରୁଥିବା ଅଭିଯୋଗରେ ଉଲ୍ଲେଖ ରହିଛି ।

ସେପଟେ ଅନୁଭବଙ୍କ ମା’ ଅର୍ଥାତ୍ ଶାଶୁଙ୍କ ଅଭିଯୋଗ ପରେ ବର୍ଷା ପାଲଟା ଅଭିଯୋଗ କରିଛନ୍ତି । ବର୍ଷା କହିଛନ୍ତି ଯେ, ‘ମରାମତି ବାହାନାରେ ଘରୁ ବାହାର କରିବାକୁ ଯୋଜନାବଦ୍ଧ ଚକ୍ରାନ୍ତ ଚାଲିଛି । ମୋର ଶାଶୁଘର ବ୍ୟତିତ ଅନ୍ୟ କେଉଁଠି ରହିବାର ସୁବିଧା ନାହିଁ । ଏଭଳି ପରିସ୍ଥିତିରେ ମୋର ସୁରକ୍ଷା ଉପରେ ପୋଲିସ ଦୃଷ୍ଟି ଦେଉ ।’

Get real time updates directly on you device, subscribe now.