fbpx

କରୋନା ଛାଡିଯିବା ପରେ କ’ଣ କରିବେ ? ଜାଣନ୍ତୁ ବିଶେଷଜ୍ଞଙ୍କ ଉତ୍ତର

ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର): କରୋନା ସ୍ଥିତି ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । କୋଭିଡକୁ ନେଇ ବିଶେଷଜ୍ଞମାନେ ଉତ୍ତର ଦେଇଛନ୍ତି । ତେବେ କୋଭିଡ ହେବା ପରେ ଥକାପଣ ରହିବାର କାରଣ କ’ଣ? ଏହାର ଉତ୍ତର ଦେବାକୁ ଯାଇ ବିଶେଷଜ୍ଞ କହିଛନ୍ତି ଯେ, ପ୍ରତି ଭାଇରାଲ ସଂକ୍ରମଣ ଭଳି କୋଭିଡ ହେଲେ ବି ଥକା ଲାଗେ । ଶରୀରର ଶକ୍ତି ବୃଦ୍ଧି ପାଇଁ ସୁଷମ ଖାଦ୍ୟ ଓ ଅଧିକ ତରଳ ଖାଦ୍ୟ ଖାଆନ୍ତୁ । ମଦ୍ୟପାନ ଓ କଫି ସେବନରୁ ଦୂରେଇ ରୁହନ୍ତୁ । କାଶ ହେଉଥିଲେ ବାମ୍ଫ ନେବା, କଡ଼ ମାଡ଼ି ଶୋଇବା । କାଶରେ କଫ ପଡୁଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଡାକ୍ତରଙ୍କ ପରାମର୍ଶ ନେଇ କଫସିରପ ସେବନ କରନ୍ତୁ । କରୋନା ସମୟରେ ମାନସିକ ଉଦବେଗ ବଢୁଛି । ମାନସିକ ଉଦବେଗ ଦେଖାଦେଲେ ସକାରତ୍ମକ ଘଟଣାକୁ ମନେପକାନ୍ତୁ । ଯୋଗ କରନ୍ତୁ ଓ ଆବଶ୍ୟକ ଅନୁସାରେ ବିଶ୍ରାମ କରନ୍ତୁ । ଟିଭି, ମୋବାଇଲଠାରୁ ଦୂରେଇ ରୁହନ୍ତୁ । ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହ ସମୟ ବିତାନ୍ତୁ । ଧୂମ୍ରପାନ କରୁଥିବା ବ୍ୟକ୍ତି ଆକ୍ରାନ୍ତ ହେବାର ଅଧିକ ସମ୍ଭାବନା ରହିଛି । ଫୁସ୍‌ଫୁସ୍‌ ସୁସ୍ଥ ରଖିବା ପାଇଁ ନିର୍ଦ୍ଦିଷ୍ଟ ବ୍ୟାୟାମ କରିବା ଦରକାର । ହୋମିଓପାଥିରେ ଲକ୍ଷଣକୁ ନେଇ ଚିକିତ୍ସା କରାଯାଏ । ହୋମିଓପାଥି ଖାଉଥିଲେ ତୀବ୍ର ଗନ୍ଧଯୁକ୍ତ ଖାଇବାଠାରୁ ଦୂରେଇ ରୁହନ୍ତୁ । ଗୋଟିଏ ରୋଗରେ ପୀଡ଼ିତ ବିଭିନ୍ନ ଲୋକଙ୍କୁ ଏକ ପ୍ରକାର ଔଷଧ ଦିଆଯାଏନି ।’

 

Get real time updates directly on you device, subscribe now.