fbpx

ଦ୍ୱିତୀୟ ରାଉଣ୍ଡରେ କିଏ ଅଛି ଆଗୁଆ? ଜାଣନ୍ତୁ ରାଜ୍ୟରେ କାହାକୁ ମିଳିଛି କେତେ ଭୋଟ୍

ବାଲେଶ୍ୱର,୧୦ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଉଭୟ ଆସନରେ ବିଜେଡି ଆଗୁଆ ରହିଛି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ତିର୍ତ୍ତୋଲରେ ବିଜେଡି ୩୩୧୦ ଭୋଟରେ ଆଗୁଆ ରହିଛି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଦାସଙ୍କୁ ୭୮୭୬, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୪୫୫୭ ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକଙ୍କୁ ୧୦୫୭ ଭୋଟ୍ ମିଳିଛି । ଏହା ସହ ସିପିଆଇକୁ ୬୨ ଓ ଏନଟିଡଏକୁ ୩୦ ଭୋଟ୍ ମିଳିଛି ।

ଅନ୍ୟପଟେ ବାଲେଶ୍ୱରରେ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ରହିଛି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବାଲେଶ୍ୱରରେ ବିଜେଡି ୧୦୫୮ ଭୋଟରେ ଆଗୁଆ ରହିଛି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ୭୦୯୬, ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୬୦୪୨ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ୫୨୩ ଭୋଟ୍ ମିଳିଛି ।

Get real time updates directly on you device, subscribe now.