fbpx

ପାଟଣାଗଡ: ଗଣହତ୍ୟା ପଛରେ ପୂର୍ବ ଶତ୍ରୁତା!

ପାଟଣାଗଡ,୧୨ ।୧୧(ଓଡିଶା ଭାସ୍କର): ପାଟଣାଗଡ ସଅଁରାପଡାରେ ପରିବାରର ୬ ଜଣଙ୍କୁ ହତ୍ୟା ହୋଇଥିବା ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ସଠିକ୍ ସୁରାକ୍ ପାଇନି ପୋଲିସ । ପରିବାରର ଅନ୍ୟ ୫ ପୁଅ ପହଞ୍ଚିବା ପରେ ଏହା ପଛର କାରଣ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି । ହତ୍ୟା ସନ୍ଦେହରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଆଜି ପହଞ୍ଚିଥିବା ୫ ପୁଅ ଅଟକ ଥିବା ୨ ଜଣଙ୍କୁ ଚିହ୍ନିଥିବା କହୁଛନ୍ତି । ଅଟକ ଥିବା ୨ ଜଣଙ୍କ ସହ ପୂର୍ବରୁ ଶତ୍ରୁତା ଥିବା ୫ ପୁଅ କହିଛନ୍ତି । ପରିବାରର ବଡପୁଅ ମଧ୍ୟ କିଛିଦିନ ତଳେ ହତ୍ୟାର ଶିକାର ହୋଇଛନ୍ତି ।

ତେବେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅନ୍ତର୍ଗତ କୁସୁମପଡ଼ାରେ ଗୋଟିଏ ଘର ଭିତରେ ୬ ଜଣଙ୍କର ମୃତଦେହ ପଡିରହିଥିଲା । ଉକ୍ତ ଘର ବୁଲୁ ଜାନିଙ୍କର ବୋଲି ଜଣାପଡ଼ିଥିଲା। ସେ ପେଶାରେ ମହୁ ବିକାଳିଥିଲେ। କିଛି ବର୍ଷ ହେବ କୁସୁମପଡ଼ାରେ ଘରକରି ରହୁଥିଲେ।

Get real time updates directly on you device, subscribe now.