fbpx

ନେହେରୁ ଯୁବ କେନ୍ଦ୍ର ତରଫରୁ ଗ୍ରାମ୍ୟ ଯୁବ ସଙ୍ଘ ଗଠନ କାର୍ଯ୍ୟକ୍ରମର ଶୁଭାରମ୍ଭ ।

ପଡିଆ(ଆପ୍ରୋ),୨୬/୧୧:- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ବାପାନପଲ୍ଲୀ ପଞ୍ଚୟତର ସରକାରୀ ଆଦର୍ଶ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଟି ଗତ ୨୨/୧୧/୨୦୨୦ ରୁ ଆରମ୍ଭ ହୋଇଥିବା ବେଳେ ଆଜି ତାହାର ଅନ୍ତିମ ଦିବସ ଥିଲା । ଏହି କାର୍ଯ୍ୟକ୍ରମଟି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତରଫରୁ ଦୀର୍ଘ ୫ ଦିନ ଧରି ପାଖାପାଖି ୨୫ ରୁ ଉର୍ଦ୍ଧ୍ବ ଗ୍ରାମ ବୁଲି ବୁଲି ବିଭିନ୍ନ ସ୍ବେଚ୍ଛାସେବୀ ମାନଙ୍କୁ ନିଜ ଗ୍ରାମରେ ଏକ ଯୁବ ସଙ୍ଘ ଗଠନ କରିବା ପାଇଁ ଉତ୍ସାହିତ କରିଥିଲେ ଓ ସେମାନଙ୍କୁ ଏଥିପାଇଁ ସମସ୍ତ ପ୍ରକାର ସାହାଯ୍ୟ କରିବେ ବୋଲି ମଧ୍ୟ କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ରୂପେ ଯୋଗ ଦେଇଥିଲେ ଜିଲ୍ଲା ଯୁବ ଅଧିକାରୀ ଶ୍ରୀଯୁକ୍ତ ହରିଶ ରୁପାଲ, ଶିକ୍ଷକ ଅକ୍ଷୟ କୁମାର ଘଡେଇ ଓ ନେପାଳ ଚନ୍ଦ୍ର ମଲ୍ଲିକ, ସମାଜ ସେବି ବିନାଶ କୁମାର ମିଶ୍ର ତତ ସହିତ ସ୍ଵେଛାସେବି ଅସିତ ବାରଇ, ଅରୁଣ ଶାଳବମ, ସୁମିତ ରାୟ, ଖୁସି ସରକାର ସହକର୍ମୀ ଭାବରେ ଯୋଗ ଦେଇଥିଲେ । ଏହି କାର୍ଯକ୍ରମରେ ପାଖାପାଖି ୪୦ ରୁ ଅଧିକ ଯୁବ ସଙ୍ଘର ସଭାପତି ମାନେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଯୁବ ଅଧିକାରୀ ଶ୍ରୀଯୁକ୍ତ ହରିଶ ରୁପାଲା ନିଜ ଭାଷଣ ମାଧ୍ୟମରେ କିଭଳି ଯୁବ ସଂଘ ଗଠନ କରିପାରିବା ତାର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ଓ ଶ୍ରୀଯୁକ୍ତ ବିନାଶ କୁମାର ମିଶ୍ର ନିଜ ଭାଷଣ ମାଧ୍ୟମରେ ଯୁବ ସଙ୍ଘମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ହୋଇ ନିଜ ସମସ୍ୟାର ସମାଧାନ କରିବାକୁ ଉପଦେଶ ଦେଇଥିଲେ ।

Get real time updates directly on you device, subscribe now.