fbpx

ରାଜ୍ୟରେ ନାହିଁ ବାର୍ଡ ଫ୍ଲୁ ଭୂତାଣୁ

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ଦେଶର ଅନେକ ସ୍ଥାନରେ ବାର୍ଡ ଫ୍ଲୁ’କୁ ନେଇ ଚିନ୍ତା ବଢିଥିବା ବେଳେ ଓଡିଶାରେ ମଧ୍ୟ ପରୀକ୍ଷା ହୋଇଥିଲା । କିନ୍ତୁ ରାଜ୍ୟରେ ପରୀକ୍ଷା ହୋଇଥିବା ୧୧ ହଜାର ନମୁନା ନେଗେଟିଭ୍ ଆସିଛି । ସାମ୍ଭାବ୍ୟ ବାର୍ଡ ଫ୍ଲୁ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ ହୋଇଛି । ଜିଲ୍ଲା ସ୍ତରରେ ରାପିଡ ଆକ୍ସନ ଟିମ୍ ଗଠନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ, ‘ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇନି । ତେଣୁ ବାର୍ଡ ଫ୍ଲୁ’କୁ ନେଇ ଲୋକାମାନେ ଆତଙ୍କିତ ହୁଅନ୍ତୁ ନାହିଁ । ୧୧ ହଜାର ସାମ୍ପୁଲ ପରୀକ୍ଷା ହୋଇଛି, କିନ୍ତୁ ବାର୍ଡ ଫ୍ଲୁ ଚିହ୍ନଟ ହୋଇନି ।’

Get real time updates directly on you device, subscribe now.