ନୂଆଦିଲ୍ଲୀ, ୧ା୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି । ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟରେ ୨୦୩୦ ଯାଏଁ ରେଳବାଇ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ରେଳବାଇ ପାଇଁ ୧ ,୧୦.୦୫୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପର୍ଯ୍ୟଟକ ରୁଟ୍ ପାଇଁ ରେଳବାଇ ନୂଆ ପ୍ଲାନ ପ୍ରସ୍ତୁତ କରିଛି । ଆଉ କିଛି ସହରରେ ଆରମ୍ଭ ହେବ ମେଟ୍ରୋ ପ୍ରୋଜେକ୍ଟ । ଦୁଇ ପ୍ରକାର ମେଟ୍ରୋ ଯଥା- ୧) ମେଟ୍ରୋ ଲାଇଟ୍ ଓ ୨) ମୋଟ୍ରୋ ନିୟୋ ରହିବ । ବିଦ୍ୟୁତ ଚାଳିତ ଟ୍ରେନ ୭୨% ବଢିବ । ରେଳବାଇରେ ମେକ୍ ଇନ୍ ଇଣ୍ଡିଆ ଉପରେ ଗୁରୁତ୍ୱ ଦିଆଯାଇଛି । ଫ୍ୟୁଚର ରେଡି ରେଲ ସିଷ୍ଟମ ତିଆରି କରିବାର ଲକ୍ଷ୍ୟ ରହିଛି ।’
ଏହା ସହ ଜୁନ୍ ୨୦୨୨ ସୁଦ୍ଧା ୨ଟି ରେଳ ଫ୍ରେଟ କରିଡର ସମ୍ପୂର୍ଣ୍ଣ କରାଯିବ । ଆଉ ୩ଟି ଫ୍ରେଟ କରିଡର ପାଇଁ ବଜେଟରେ ଘୋଷଣା କରାଯାଇଛି । ହାୱାଡାରୁ ବିଜୱାଡା ମଧ୍ୟରେ ଇଷ୍ଟକୋଷ୍ଟ କରିଡର ତିଆରି ହେବ । ଇଷ୍ଟ-ୱେଷ୍ଟ କରିଡର ଓ ନର୍ଥ-ସାଉଥ କରିଡର ପାଇଁ ମଧ୍ୟ ଘୋଷଣା କରାଯାଇଛି । ୨୭ଟି ସହରରେ ଆଉ ୧୦୬୦ କିମି ମେଟ୍ରୋ ଲାଇନ ହେବ । ବେଙ୍ଗାଲୁରୁ ଓ ଚେନ୍ନାଇ ମେଟ୍ରୋ ସଂପ୍ରସାରଣ ହେବ । ହାଇଡ୍ରୋଜେନ୍ ଏନର୍ଜୀ ମିଶନ ଆରମ୍ଭ କରାଯିବାକୁ ଘୋଷଣା ହୋଇଛି । ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାକୁ ବଜେଟରେ ବଡ ଘୋଷଣା କରାଯାଇଛି । କାହାଠାରୁ ବିଦ୍ୟୁତ ଆଣିବେ, ଏବେ ତାହା ଉପଭୋକ୍ତାମାନେ ସ୍ଥିର କରିବେ ।