fbpx

୧୮ରୁ ରାଜ୍ୟ ବଜେଟ୍ ଅଧିବେଶନ

ଭୁବନେଶ୍ୱର,୧ ।୨(ଓଡିଶା ଭାସ୍କର): ଆସନ୍ତା ଫେବ୍ରୁଆରୀ ୧୮ ତାରିଖରୁ ରାଜ୍ୟ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଫେବ୍ରୁଆରୀ ୧୮ ତାରିଖରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଅଭିଭାଷଣ ରହିଛି । ଏହା ସହ ୨୨ ତାରିଖରେ ବିଧାନସଭାରେ ୨୦୨୧-୨୨ ବର୍ଷର ରାଜ୍ୟ ବଜେଟ୍ ଉପସ୍ଥାପନ ହେବ । ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଚାଲିବ ।

ତେବେ ରାଜ୍ୟପାଳଙ୍କ ଅଭିଭାଷଣରୁ ହିଁ ବଜେଟ୍ ଅଧିବେଶନ ଆରମ୍ଭ ହେବ । ୨ଟି ପର୍ଯ୍ୟାୟରେ ବିଧାନସଭାର ବଜେଟ୍ ଅଧିବେଶନ ଚାଲିବ । ଫେବ୍ରୁଆରୀ ୧୮ରୁ ୨୭, ମାର୍ଚ୍ଚ ୧୨ରୁ ଏପ୍ରିଲ ୯ ଯାଏଁ ଅଧିବେଶନ ଚାଲିବ । ମାର୍ଚ୍ଚ ୩୧ରେ ବ୍ୟୟ ମଞ୍ଜୁରି ବିଲ୍ ଆଗତ ହେବ ।

Get real time updates directly on you device, subscribe now.