fbpx

ଦେଶରେ ୨୪ ଘଣ୍ଟାରେ ୮୭ ମୃତ

ନୂଆଦିଲ୍ଲୀ, ୧୨ ।୨: ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଦେଶରେ ୧ ଲକ୍ଷ ୫୫ ହଜାର ୪୪୭ ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦିନକରେ ୯ ହଜାର ୩୦୯ ନୂଆ ପିଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ପଜିଟିଭଙ୍କ ସଂଖ୍ୟା ୧,୦୮,୮୦,୬୦୩ କୁ ବୃଦ୍ଧି ପାଇଛି । ସେହିପରି ୧,୩୫,୯୨୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୧,୦୫,୮୯,୨୩୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

Get real time updates directly on you device, subscribe now.