fbpx

ମୋ ସରକାରରେ ସାମିଲ ହେଲା ଏସସି/ଏସଟି ବିଭାଗ

ଭୁବନେଶ୍ୱର, ୧୫ା୧(ଓଡ଼ିଶା ଭାସ୍କର): ମୋ ସରକାରରେ ସାମିଲ ହୋଇଛି ଏସସି/ଏସଟି ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବିଭାଗକୁ ବୁଧବାର ମୋ ସରକାରରେ ସାମିଲ କରାଯାଇଥିବା ବିଷୟ ଘୋଷଣା କରାଯାଇଛି । ଏଣିକି ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ସଚିବ ଲୋକଙ୍କ ସହ କଥା ହେବେ । ପୂର୍ବରୁ ମୋ ସରକାରରେ ବହୁ ବିଭାଗ ସାମିଲ ହୋଇସାରିଛି । ଆଗାମୀ ଦିନରେ ସମସ୍ତ ବିଭାଗକୁ ମୋ ସରକାର ଅଧିନକୁ ଆଣିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ବିଭାଗ ଗୁଡ଼ିକ ମୋ ସରକାରରେ ସାମିଲ ହେଲେ ଏହାର ସୁଫଳ ସିଧାସଳଖ ଜନସାଧାରଣଙ୍କୁ ମିଳିବ ।

Get real time updates directly on you device, subscribe now.