fbpx

‘ପରୀ’ ମାମଲାରେ ଚାର୍ଜସିଟ୍ ଦାଖଲ କଲା SIT

ଭୁବନେଶ୍ୱର ,୧୬ ।୨(ଓଡିଶା ଭାସ୍କର): ନୟାଗଡ କୋର୍ଟରେ ‘ପରୀ’ ମାମଲାରେ ଚାର୍ଜସିଟ ଦାଖଲ କରିଛି ଏସଆଇଟି । ୯ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଏସଆଇଟି । ପରୀର ଫ୍ରକରୁ ସିମେନ ମିଳିଥିବା ଚାର୍ଜସିଟରେ ଉଲ୍ଲେଖ ଥିବା ସୂଚନା ମିଳିଛି । ତେବେ ବଳତ୍କାର ଓ ହତ୍ୟା ମାମଲା ଆଧାରରେ ଏହାର ତଦନ୍ତ ଚାଲିଛି । ପ୍ରଥମେ ନାବାଳକର ବ୍ୟବହାର ଓ ପ୍ରଶ୍ନକୁ ଏଡାଇଯିବା ସନ୍ଦେହ ସୃଷ୍ଟି କରିଥିଲା । ପରବର୍ତ୍ତି ପଯ୍ୟାୟରେ ନାବାଳକ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଥିଲା । ପଲିଗ୍ରାଫ ଟେଷ୍ଟରୁ ମିଳିଥିବା ଆବଶ୍ୟକୀୟ ତଥ୍ୟ ମଧ୍ୟ ଏହା ସୂଚାଉ ଥିଲା ।

Get real time updates directly on you device, subscribe now.