fbpx

ଉଦ୍ଧାର ହେଲା ଫସିଥିବା ମଟର ଲଞ୍ଚ

ରାଜନଗର, ୧୭ା୧(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ରାଜନଗର ସମୁଦ୍ରରେ ନିଖୋଜ ଥିବା ମଟର ଲଞ୍ଚ ଉଦ୍ଧାର ହୋଇଛି । ଧାମରା ସାମୁଦ୍ରିକ ଥାନା ସ୍ପିଡ଼୍ ବୋଟ୍ ଦ୍ୱାରା ଉଦ୍ଧାର ହୋଇଥିଲା । ସେହି ଲଞ୍ଚରେ ଥିବା ସମସ୍ତ ୩୦ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଘନକୁହୁଡ଼ି ଯୋଗୁଁ ଫସିଥିଲା ମଟର ଲଞ୍ଚ ଏମଏଲ ଗଙ୍ଗା । ସକାଳୁ ଦୀର୍ଘ ୫ଘଣ୍ଟାଧରି ସମୁଦ୍ରରେ ଯାତ୍ରୀମାନେ ଫସି ରହିଥିଲେ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ କୂଳକୁ ଆଣିଛି ଧାମରା ପୋଲିସ ।

Get real time updates directly on you device, subscribe now.