fbpx

OPTCL ସବଷ୍ଟେସନରେ ଅଗ୍ନିକାଣ୍ଡ

ଢେଙ୍କାନାଳ, ୨୧ା୨ (ଓଡିଶା ଭାସ୍କର): ଢେଙ୍କାନାଳ କଣ୍ଟାବଣିଆର ଓପିଟିସିଏଲ ସବଷ୍ଟେସନରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ୧୦ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଯଦିଓ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ, ତେବେ ସର୍ଟସର୍କିଟରୁ ସବଷ୍ଟେସନରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏହି ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ଜିନିଷ ନଷ୍ଟ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ ଆହତ ଓ କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଆନୁମାନିକ ୩ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଇଛି ।

Get real time updates directly on you device, subscribe now.