fbpx

କନ୍ୟାଶ୍ରମ ମୁଖ୍ୟଙ୍କୁ ପୁଣି ଧମକ: ଜଲେଶପଟା ଅଭିମୂଖେ ବିଜେପିର ୭ ଜଣିଆ ଟିମ୍

ଭୁବନେଶ୍ୱର, ୨୧ା୨ (ଓଡିଶା ଭାସ୍କର): କନ୍ଧମାଳର ଜଲେଶପଟା କନ୍ୟାଶ୍ରମ ମୁଖ୍ୟଙ୍କୁ ପୁଣି ଧମକ ମିଳିଛି ।ଗତକାଲି ପରି ଆଜି ମଧ୍ୟ ଏକ ଅଜଣା ନମ୍ବରରୁ ଏହି ଧମକ ଆସିଥିବା ଜଣପଡ଼ିଛି । ସକାଳ ୯ଟାରେ ଆଶ୍ରମ ପରିଚାଳକ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କ ନିକଟରୁ ଏହି ଧମକ ଆସିଥିଲା ।

ସୂଚନାଯୋଗ୍ୟ ଯେ, ଆଶ୍ରମ ମୁଖ୍ୟଙ୍କୁ ୪ ଦିନ ମଧ୍ୟରେ ହତ୍ୟା କରିବା ସହ ଆଶ୍ରମ ଉଡ଼ାଇ ଦେବାକୁ ଧମକ ମିଳିଥିଲା । ଏହି ଧମକ ପରେ ତୁମୁଡ଼ିବନ୍ଧ ଥାନାରେ ଆଶ୍ରମ ମୁଖ୍ୟ ଏତଲା ଦେଇଥିଲେ । ଏତଲା ପରେ ତୁମୁଡ଼ିବନ୍ଧ ଆଇଆଇସି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିବା ଜଣାପଡ଼ିଛି । ଜଲେଶପଟା ଅଭିମୁଖେ ବିଜେପିର ୭ ଜଣିଆ ଟିମ୍ ଯାତ୍ରା କରିଛି । ଏହି ଟିମରେ ବିଧାୟକ ମୁକେଶ ମହାଲିଙ୍ଗ, ବିଧାୟକ କୁସୁମ ଟେଟେ, ସୁରମା ପାଢ଼ି, କରେନ୍ଦ୍ର ମାଝି, ବିରଞ୍ଚି ତ୍ରିପାଠି, ସତ୍ୟବ୍ରତ ପଣ୍ଡା, ଶିଶିର ମିଶ୍ର ପ୍ରମୁଖ ରହିଛନ୍ତି । ୨୦୦୮ ମସିହାରେ ଅନୁରୂପ ଭାବେ ଜଣେ ଅଜଣା ବ୍ୟକ୍ତି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଧମକ ଦେଇଥିଲା । ଏହାର କିଛିଦିନ ପରେ ଦୁର୍ବୃତ୍ତମାନେ ଆଶ୍ରମରେ ପହଞ୍ଚି ସ୍ୱାମୀଜୀଙ୍କ ସମେତ ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ।

Get real time updates directly on you device, subscribe now.