ଦୁନିଆର ସବୁଠାରୁ ବଡ ଷ୍ଟାଡିୟମର ନାଁ ‘ନରେନ୍ଦ୍ର ମୋଦୀ’

ଅହମଦାବାଦ,୨୪ ।୨: ବିଶ୍ୱର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମର ଆଜି ଉଦଘାଟନ ହୋଇଛି । ଗୁଜୁରାଟର ଅହମଦାବାଦରେ ପ୍ରସ୍ତୁତ ହୋଇଥିବା ଦୁନିଆର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ ମୋଟେରାର ନାଁ ପରିବର୍ତ୍ତନ କରାଯାଇ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରଖାଯାଇଛି । ଏହି ନୂଆ ଷ୍ଟାଡିୟମର ଉଦଘାଟନ ଆଜି କରିଛନ୍ତ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଖେଳ ମନ୍ତ୍ରୀ କିରେଣ ରିଜିଜୁ ଓ ଡେପୁଟି ସିଏମ୍ ନିତିନ ପଟେଲ ଉପସ୍ଥିତ ଥିଲେ । ନୂଆ ସୁବିଧା ଓ ସାଜସଜ୍ଜା ସହିତ ଆରମ୍ଭ ହୋଇଥିବା ଏହି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ ।