fbpx

ଭୁବନେଶ୍ୱରରେ ହତ୍ୟା ଘଟଣାର ୨ ଗିରଫ, ସାମ୍ନାକୁ ଆସିଲା ପୁରା ତଥ୍ୟ

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସିଆରପି ଛକରେ ଯୁବକଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି । ପିକଅପ ଭ୍ୟାନରେ ଡ୍ରାଇଭର ବେକକୁ ଭୁଜାଲି ଓ ଫାର୍ସାରେ ହାଣିଛନ୍ତି ଦୁର୍ବୃତ୍ତ । ନୟାପଲ୍ଲୀ ଭିଆଇପି ଏରିଆରେ ଦିନ ଦ୍ୱିପହରରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଜଣ ଅଟକ ଥିବା ଡିସିପି କହିଛନ୍ତି । ମୃତକ ଓ ଆକ୍ରମଣକାରୀ ଗୋଟିଏ ଗାଡିରେ ଥିବା ସୂଚନା ମିଳିଛି ।

ତେବେ ପିକଅପ୍ ଭ୍ୟାନରେ ଜଟିଆ, ସୁଧୀର ଓ ସାଗର ନାମକ ୩ ଜଣ ଯୁବକ ଆସୁଥିଲେ । ଏମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ଓ ପରେ ହାତାହାତି ହୋଇଥିଲା । ଏହି ସମୟରେ ଧାରୁଆ ଅସ୍ତ୍ରରେ ଜଟିଆକୁ ଆକ୍ରମଣ କରିଥିଲେ ଦୁଇ ଜଣ । ଜଟିଆଙ୍କ ବେକକୁ ଭୁଜାଲି ଓ ଫାର୍ସାରେ ହାଣି ଦେଇଥିଲେ ୨ ସୁଧୀର ଓ ସାଗର । ତେବେ ଜଟିଆଙ୍କ ମୃତ୍ୟୁପରେ ତାଙ୍କୁ ଗାଡିରେ ନେଇ ଆସୁଥିବା ବେଳେ ଅଟକାଇ ଥିଲେ ଲୋକେ । ପରେ ସୁଧୀର ଓ ସାଗରଙ୍କୁ ନିସ୍ତୁକ ପିଟି ଲୋକମାନେ ଦୁହିଁଙ୍କୁ ପୋଲିସ ଜିମା ଦେଇଥିଲେ । ଜଟିଆକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲେ ବି ତାର ମୃତ୍ୟୁ ହୋଇ ସାରିଥିଲା । ମୃତକ ଓ ୨ ଆକ୍ରମଣକାରୀ ସାଲିଆସାହିର ହୋଇଥିବା ସୂଚନା ମିଳିଛି । ଧରାପଡିଥିବା ଆକ୍ରମଣକାରୀ ୨ ଭାଇ ହୋଇଥିବା ଜଣାପଡିଛି । ଜଟିଆ, ସାଗର ଓ ସୁଧୀର ଭଡା ଗାଡି ବ୍ୟବସାୟ କରୁଥିଲେ । ଗାଡି କାରବାର ବା କିଛି ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.