fbpx

ସୋସିଆଲ ମିଡ଼ିଆରେ ମହିଳାଙ୍କ ଆପତ୍ତିଜନକ ଫଟୋ ଅପଲୋଡ୍: ଗିରଫ ହେଲେ ଇନ୍ସପେକ୍ଟର

ଭୋପାଳ, ୧୭ା୩: ସୋସିଆଲ ମିଡ଼ିଆରେ ଜଣେ ମହିଳାଙ୍କ ଆପତ୍ତିଜନକ ଫଟୋ ଶେୟାର କରିବା ଅଭିଯୋଗରେ ମଧ୍ୟପ୍ରଦେଶର ଜଣେ ଇନ୍ସପେକ୍ଟର ଗିରଫ ହୋଇଛନ୍ତି । ଇନ୍ସପେକ୍ଟର ଜଣକ ଜଣେ ମହିଳା ରାଜସ୍ୱ ଅଧିକାରୀଙ୍କ ଅଶ୍ଲୀଳ ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ୍ କରିଥିଲେ । ପୂର୍ବରୁ ମହିଳା ଅଧିକାରୀ ଓ ଇନ୍ସପେକ୍ଟରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାହ ଚାଲିଥିଲା । ତେଣୁ ଇନ୍ସପେକ୍ଟର ଜଣକ ବୁଝାମଣା ପାଇଁ ମହିଳାଙ୍କ ଉପରେ ଚାପ ପକାଇ ଆସୁଥିଲେ । ଅଭିଯୁକ୍ତଙ୍କ ଉପରେ ଆଇପିସି ଓ ଆଇଟି ଆକ୍ଟରେ ମାମଲା ଦାୟର କରାଯାଇଥିବା ଏଏସପିଙ୍କ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.