କରୋନାର ତାଣ୍ଡବ: ୨୯୧ ମୃତ, ଆକ୍ରାନ୍ତ ସଂଖ୍ୟା ୬୨ ହଜାର ଟପିଲା

ନୂଆଦିଲ୍ଲୀ, ୨୭ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୯୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୧ ହଜାର ୨୪୦କୁ ବୃଦ୍ଧି ପାଇଛି । ଦିନକରେ ୬୨ ହଜାର ୨୫୮ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୯ ଲକ୍ଷ ୮ ହଜାର ୯୧୦କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୨ ହଜାର ୬୪୭ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୧୨ ଲକ୍ଷ ୯୫ ହଜାର ୨୩ରେ ପହଞ୍ଚିଛି । ୫ କୋଟି ୮୧ ଲକ୍ଷ ୯ ହଜାର ୭୭୩ ଜଣ ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।