fbpx

ତାଳଚେରରେ ହେବ TTPSର ନୂଆ ୟୁନିଟ୍

ଭୁବନେଶ୍ୱର,୩୧ ।୩(ଓଡିଶା ଭାସ୍କର): ଅନୁଗୁଳ ତାଳଚେରରେ ଥର୍ମାଲ ପ୍ଲାଣ୍ଟର ନୂଆ ୟୁନିଟ ପ୍ରତିଷ୍ଠା ହେବ । ଏନେଇ ନୀତିଗତ ନିଷ୍ପତ୍ତି ହୋଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗ୍ରୀଡକୋ, ଏନଟିପିସି, ଶକ୍ତି ବିଭାଗମାନଙ୍କ ମଧ୍ୟରେ ବୈଠକ ହେବ । ଯୋଜନାକୁ ତ୍ୱରାନ୍ୱିତ ପାଇଁ ସରକାର ସମସ୍ତ ସହଯୋଗ ଯୋଗାଇବେ । ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟାର ଆଶୁ ସମାଧାନ ପାଇଁ ପଦକ୍ଷେପ ନିଆଯିବ ।’

ତେବେ ଜାତୀୟ ତାପଜ ବିଦ୍ୟୁତ ନିଗମର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଶିଳ୍ପାୟନ ଦ୍ୱାରା ନୂଆ ନିଯୁକ୍ତ ସୃଷ୍ଟି ନେଇ ସୁରେଶ ଆଲୋଚନା କରିଛନ୍ତି ।

Get real time updates directly on you device, subscribe now.