fbpx

ଟ୍ରେନ୍ ଯାତ୍ରୀ ସାବଧାନ: ଆଜିଠାରୁ ଲାଗୁହେବ କଟକଣା

ଭୁବନେଶ୍ୱର, ୧୦ା୪ (ଓଡିଶା ଭାସ୍କର): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ତତ୍ପର ହୋଇ ଉଠିଛି । ଆଜିଠାରୁ ଟ୍ରେନ୍ ଯାତ୍ରୀଙ୍କ ଉପରେ କଟକଣା ଜାରି କରାଯିବ । ଦେଶର ଅନ୍ୟ ସ୍ଥାନରୁ ଓଡ଼ିଶାକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ଏହି ନିୟମ ଲାଗୁ ହେବ ବୋଲି କୁହାଯାଇଛି । ଯାତ୍ରୀମାନେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବେ, ନଚେତ୍ ଗୋଟିଏ ସପ୍ତାହ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ଏଥିସହ ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ୍ ହେବା ଆବଶ୍ୟକ, ନଚେତ୍ ଟିକାର ଦ୍ୱିତୀୟ ଡୋଜ୍ ଗ୍ରହଣ କରିଥିବାର ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.