fbpx

ବେସରକାରୀ ସ୍କୁଲ ଶିକ୍ଷକଙ୍କୁ ମିଳିବ ମାସିକ ୨୦୦୦ ଟଙ୍କା ଓ ୨୫ କେ.ଜି ଚାଉଳ

ଏପ୍ରିଲରୁ ତେଲେଙ୍ଗାନାରେ ବେସରକାରୀ ସ୍କୁଲ ଶିକ୍ଷକଙ୍କୁ ମିଳିବ ୨୦୦୦ ଟଙ୍କା ଏବଂ ୨୫ କେ.ଜି ଚାଉଳ । ଗରୁବାର ତେଲେଙ୍ଗାନା ସରକାର ଟୁଇଟ ମାଧ୍ୟମରେ କିଛି ଏଭଳି ଘୋଷଣା କରିଛନ୍ତି ।
ସେ କହିଛନ୍ତି ଯେ ସ୍ୱୀକୃତିପ୍ରାପ୍ତ ବେସରକାରୀ ସ୍କୁଲର ଶିକ୍ଷକ ଏବଂ କର୍ମଚାରୀଙ୍କୁ ଶିକ୍ଷାନୁଷ୍ଠାନ ନ ଖୋଲିବା ଯାଏଁ ପ୍ରତି ମାସରେ ସେମାନଙ୍କୁ ୨୦୦୦ ଟଙ୍କା ଏବଂ ୨୫ କେ.ଜି ଚାଉଳ ଯୋଗାଇ ଦିଆଯିବ ।
ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ ପର୍ଯ୍ୟନ୍ତ ସ୍କୁଲ ପୁଣି ଥରେ ନ ଖୋଲିଛି ସେ ପର୍ଯ୍ୟନ୍ତ ରାଜ୍ୟର ବେସରକାରୀ ସ୍କୁଲର ଶିକ୍ଷକମାନଙ୍କୁ ୨୦୦୦ ଟଙ୍କା ଏବଂ ୨୫ କେଜି ଚାଉଳ ପ୍ରତି ମାସରେ ଯୋଗାଇ ଦିଆଯିବ ।
ମାନବିକତା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି । ଆଉ ଏହାଦ୍ୱାରା ବେସରକାରୀ ଶିକ୍ଷାନୁଷ୍ଠାନର ପ୍ରାୟ ୫୦ ଲକ୍ଷ ଶିକ୍ଷକ ଏବଂ କର୍ମର୍ଚାରୀ ଉପକୃତ ହେବେ ।
ଏହାର ଫାଇଦା ନେବା ପାଇଁ ସେ ଶିକ୍ଷକ ଏବଂ କର୍ମଜାରୀମାନେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବାକୁ ଅହ୍ୱାନ କରିଛନ୍ତି ।

Get real time updates directly on you device, subscribe now.