fbpx

ରାଜ୍ୟରେ ନବମ ଶ୍ରେଣୀ ପରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ୍, ଜାଣନ୍ତୁ କ’ଣ?

ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଯୋଗୁଁ ଶିକ୍ଷା ବ୍ୟବସ୍ଥା ଉପରେ ବିଶେଷ ପ୍ରଭାବ ଦେଖିବାକୁ ମିଳୁଛି । ନବମ ଶ୍ରେଣୀ ପରୀକ୍ଷା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଏନେଇ ଆସିଛି ବଡ ଖବର । ଆସନ୍ତା ଏପ୍ରିଲ ୩୦ ତାରିଖ ପରେ ନବମ ଶ୍ରେଣୀ ପରୀକ୍ଷା ହେବାର ନିଷ୍ପତ୍ତି ନିଆଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଏହା ସହ ମନ୍ତ୍ରୀ କହିଛନ୍ତି ଯେ, ‘ ସରକାର ଚାହାଁନ୍ତି ନବମ ଶ୍ରେଣୀ ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷା ଦିଅନ୍ତୁ । କରୋନା ପାଇଁ ଏପ୍ରିଲ ୩୦ ଯାଏଁ ପାଠପଢା ବନ୍ଦ ରହିଛି । ନବମ ଶ୍ରେଣୀ ପରୀକ୍ଷା କରାଇବାକୁ ସରକାର ପ୍ରସ୍ତୁତ ଅଛନ୍ତି । ନବମ ଶ୍ରେଣୀ ପିଲାଙ୍କ କୋର୍ସ ପ୍ରାୟ ଅଧା ସରିଛି, ଆଉ ଅଳ୍ପ ବାକି ରହିଛି । ଆସନ୍ତା ୩୦ ପରେ କରୋନାର ଦ୍ୱିତୀୟ ଲହରିର ସ୍ଥିତି ଦେଖି ପରୀକ୍ଷା ନିଷ୍ପତ୍ତି ନିଆଯିବ ।’

Get real time updates directly on you device, subscribe now.