fbpx

ଫୁଲ ଏବଂ ମାସ୍କ ଦେଇ ସଚେତନ କରୁଛି ପୋଲିସ୍

ନୁଆଦିଲ୍ଲୀ ୧୧ା୪(ଓଡିଶା ଭାସ୍କର) : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ କ୍ରମାଗତ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ନୁଆ ନୁଆ ରେକର୍ଡ କରିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦେଖି ଦିଲ୍ଲୀ ପୋଲିସ୍ ବ୍ୟାପକ ସ୍ତରରେ ଲୋକଙ୍କୁ ସଚେତନ କରିବା ଅଭିଯାନ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ୍ ଲୋକଙ୍କୁ ରାସ୍ତା ଘାଟ ଏବଂ ବଜାରକୁ ବଜାର ବୁଲି ଗୋଲାପ ଫୁଲ ଦେଉଛି ଏବଂ କରୋନା ସଂକ୍ରମଣଠାରୁ କିପରି ରକ୍ଷା ପାଇବା ସେ ପାଠ ପଢ଼ାଉଛି ।

ରବିବାର ଦିଲ୍ଲୀ ପୋଲିସ୍ ଏହି ଫୁଲ ଦେବା ଅଭିଯାନ ଆରମ୍ଭ କରିଛି । ଏହାର ଆରମ୍ଭ ଦିଲ୍ଲୀର ଲାଜପତ ନଗର ବଜାରରୁ କରିଛି । ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଗୋଲାପ ଫୁଲ ଏବଂ ମାସ୍କ ଦେଇ କରୋନା ନିୟମ ସଠିକ୍ ଭାବେ ପାଳନ କରିବାକୁ ଅନୁରୋଧ ତଥା ଅପିଲ୍ କରିଛି । ଏଥିସହିତ ମାଇକ୍ ଜରିଆରେ ଲୋକଙ୍କୁ ମୁହଁରୁ ମାସ୍କ ବାହାର ନ କରିବାକୁ ଏବଂ ସମାଜିକ ଦୁରତା ଅବଲମ୍ବନ କରିବାକୁ କହିଛି ।

Get real time updates directly on you device, subscribe now.