fbpx

ନୋଏଡାରେ ଭୟଙ୍କର ଅଗ୍ନିକାଣ୍ଡ; ଝୁପୁଡି ଘରେ ନିଆଁ ଲାଗି ୨ ଶିଶୁ ମୃତ

ନୋଏଡା, ୧୧ା୪(ଓଡିଶା ଭାସ୍କର) : ନୋଏଡାରେ ଆଜି ଘଟିଛି ଏକ ଭୀଷଣ ଅଗ୍ନିକାଣ୍ଡ । ଯେଉଁଥିରେ ଦୁଇ ନୀରିହ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି । ନୋଏଡା ସେକ୍ଟର ୬୩ ସ୍ଥିତ ବହଲୋଲପୁରରେ ଝୁପୁଡି ଘର ଗୁଡିକରେ ଭୀଷଣ ନିଆଁ ଲାଗିବା ଫଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ନିଆଁରେ ଅନେକ ଛୋଟ ପିଲା ଫସିରହିଥିବା ଆଶଙ୍କା କରାଯାଉଛି । ଏଯାବତ୍ ଦୁଇ ଜଣ ପିଲାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ହେଲେ ଅନ୍ୟ ମାନଙ୍କ ସନ୍ଧାନ ଜାରି ରହିଛି । ତେବେ ଦମକଳ ବିଭାଗର ପ୍ରାୟ ୩୦ଟି ଗାଡି ଏଠାରେ ନିୟୋଜିତ ଥିବା ଜଣାପଡିଛି । ନିଆଁ ଲାଗିବାର କାରଣ ଜଣାପଡିନାହିଁ ।

 

ନୋଏଡାର ବିଘା ଅଞ୍ଚଳରେ ୧୬୦୦ରୁ ଅଧିକ ଝୁପୁଡି ଘରେ ପ୍ରାୟ ୭ ହଜାରରୁ ଅଧିଲ ଲୋକ ରହୁଥିଲେ । କୌଣସି କାରଣରୁ ଗୋଟିଏ ଝୁପୁଡିରେ ନିଆଁ ଲାଗିବାରୁ ସବୁ ଝୁପୁଡିରେ ନିଆଁ ବ୍ୟାପିଯାଇଛି । ଯାହା ବର୍ତ୍ତମାନ ଭୟଙ୍କର ରୁପ ନେଇଛି । ନିଆଁ ଲାଗିଥିବା ସ୍ଥାନରେ ଦମକଳ ବିଭାଗର ୩୦ ଗାଡି ପହଞ୍ଚିଥିଲେ ସୁଦ୍ଧା ନିଆଁକୁ ଆୟତ କରାଯାଇପାରି ନାହିଁ । କିନ୍ତୁ ଗ୍ୟାସ ସିଲିଣ୍ଡର ଫାଟି ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଏହି ଅଗ୍ନିକାଣ୍ଡରେ ଅନେକ କିଲୋମିଟର ପର୍ଯ୍ୟନ୍ତ ଧୁଆଁ ବ୍ୟାପିଯାଇଛି ।

Get real time updates directly on you device, subscribe now.