fbpx

ଔଷଧ କଳାବଜାରୀ ରୋକିବା ପାଇଁ ଗଠନ ହେଲା ୨୩ଟି ଫ୍ଲାଇଂ ସ୍କ୍ୱାଡ୍

ଭୁବନେଶ୍ୱର୧୯ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ବଢିବାରେ ଲାଗିଛି । ଏହି ସମୟରେ ଔଷଧ ଏବଂ ଅନ୍ୟାନ ସାମଗ୍ରୀର କଳାବଜାରୀ ରୋକିବା ପାଇଁ ଏକ କମିଟି ଗଠନ କରାଯାଇଛି । ଏନେଇ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ତ୍ୱପୁର୍ଣ୍ଣ ବୈଠକ ହୋଇଛି । ଏଥିସହ କଟକ ଓ ଭୁବନେଶ୍ୱର ପାଇଁ ୭ ଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି । ସେହିପରି ଅନ୍ୟ ଅଂଚଳ ପାଇଁ ୧୫ଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ ହୋଇଛି । ସୂଚନା ଅନୂସାରେ ସାରା ରାଜ୍ୟ ପାଇଁ ମୋଟ ୨୩ ଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା । କେହି କଳାବଜାରୀ କରୁଥିବାର ସୂଚନା ମିଳିଳେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ଜିଲ୍ଲା ସ୍ତରରେ ଏହାର ତଦାରଖ ଏସିପ୍ ଓ ଡିଆଇଜି କରିବେ । କଟକ ଓ ଭୁବନେଶ୍ୱରରେ ଏସଟିଏଫ, ଡିଆଇଜି, କ୍ରାଇମବ୍ରାଞ୍ଚ ଆଇଜି, ଡ୍ରଗ୍ସ କଣ୍ଟ୍ରୋଲର ଓ ପୋଲିସ କମିଶନରଙ୍କ ଅଫିସର ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ଦାୟିତ୍ୱରେ ରହିବେ ।

Get real time updates directly on you device, subscribe now.