fbpx

ବନ୍ଦ ହେବ କି ଓଡ଼ିଶାର ଦଶମ ପରୀକ୍ଷା, ଜାଣନ୍ତୁ ଏନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୦ା୪ (ଓଡିଶା ଭାସ୍କର): ରାଜ୍ୟରେ ମାଟ୍ରିକ ପିଲାଙ୍କ ପରୀକ୍ଷା ନେଇ ଦ୍ୱନ୍ଦ୍ୱ ବଢ଼ି ଚାଲିଛି । କୋଭିଡ ସମୟରେ ପରୀକ୍ଷା ହେବ ନା ନାହିଁ ସେ ନେଇ କୌଣସି ନିଷ୍ପତ୍ତି ହୋଇପାରୁନାହିଁ । ଫଳରେ ଅନିଶ୍ଚିତତା ଘେରରେ ରହିଯାଇଛି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭାଗ୍ୟ । ଏନେଇ ଆଜି ଅନେକ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଭେଟି ନିଜର ଅଭିଯୋଗ ଜଣାଇଥିଲେ । ତେବେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ଜୁନ ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ଦଶମ ପିଲାଙ୍କ ପରୀକ୍ଷା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ପରୀକ୍ଷା ବାତିଲ ହେବ କି ନାହିଁ ସେ ନେଇ ସବୁ ଦିଗରୁ ତର୍ଜମା କରାଯାଉଛି । ଯଦି ପରୀକ୍ଷା ବାତିଲ ହୁଏ, ତେବେ ଛାତ୍ରଛାତ୍ରୀମାନେ କିପରି ମାର୍କ ପାଇବେ ସେ ନେଇ ମଧ୍ୟ ସମୀକ୍ଷା କରାଯାଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ପ୍ରକାଶ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.