fbpx

ସବୁ ଦେଶକୁ ପଛରେ ପକାଇଲା ଭାରତ: ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍‌, ୨୧୦୪ ମୃତ

ନୂଆଦିଲ୍ଲୀ,୨୨ ।୪: ସାରା ଦେଶରେ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି । ପଜିଟିଭ୍ ସଂଖ୍ୟାରେ ବିଶ୍ୱର ସବୁ ଦେଶକୁ ପଛରେ ପକାଇଛି ଭାରତ । ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୧୪ ହଜାର ୮୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୯ ଲକ୍ଷ ୩୦ ହଜାର ୯୬୫କୁ ବୃଦ୍ଧି ପାଇଛି । ଦେଶରେ ଦିନକରେ ୨୧୦୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୪ ହଜାର ୬୫୭କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୧,୩୪,୫୪,୮୮୦ ଜଣ ସୁସ୍ଥ ହୋଇଥିବା ବେଳେ ୨୨,୯୧,୪୨୮ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୩,୨୩,୩୦,୬୪୪ ଡୋଜ୍ ଟିକାକରଣ ହୋଇଛି ।

ତେବେ ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ସମେତ ୧୧ ଟି ରାଜ୍ୟରେ କରୋନା ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡିଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨,୦୯୭, ଉତ୍ତରପ୍ରଦେଶ ୨୯,୫୭୪, ଦିଲ୍ଲୀ ୨୮,୩୯୫, କେରଳ ୧୯,୫୭୭, କର୍ଣ୍ଣାଟକ ୨୧,୭୯୪, ଛତିଶଗଡ ୧୫,୬୨୫, ରାଜସ୍ଥାନ ୧୨,୨୦୧, ମଧ୍ୟପ୍ରଦେଶ ୧୨,୭୨୭, ଗୁଜୁରାଟ ୧୨,୨୦୬, ତାମିଲନାଡୁ ୧୦,୯୮୬, ବିହାରରେ ୧୦,୪୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.