fbpx

୮ ହଜାର କିମି ଅତିକ୍ରମ କରି ଭାରତ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରାଫେଲ ଯୁଦ୍ଧ ବିମାନ

ନୂଆ ଦିଲ୍ଲୀ, ୨୨/୦୪: ଭାରତୀୟ ବାୟୁସେନାରେ ରାଫେଲ ଯୁଦ୍ଧ ବିମାନର ସାମିଲ ପରେ ଭାରତର ଶକ୍ତି ବଢିବାରେ ଲାଗିଛି । ଗତ ବର୍ଷରେ ରାଫେଲ ଯୁଦ୍ଧ ବିମାନର ପ୍ରଥମ ବ୍ୟାଚ ଭାରତରେ ପହଞ୍ଚିଥିଲା ଏହା ପରେ ଆହୁରି ୩ଟି ପର୍ଯ୍ୟାୟରେ ରଫେଲ ବିମାନ ଫ୍ରାନସରୁ ଭାରତକୁ ଆସିଛନ୍ତି ।  ବୁଧବାର ରାଫେଲ ଯୁଦ୍ଧ ବିମାନ ୫ମ ବ୍ୟାଚ ଭାରତରେ ପହଞ୍ଚିଛି । ଶକ୍ତିଶାଳୀ ବିମାନର ଏହି ବ୍ୟାଚ ପ୍ରାୟ ୮ ହଜାର କିିମି ଅତିକ୍ରମ କରି ଭାରତରେ ପହଞ୍ଚିଛି । ବାୟୁସେନାର ପ୍ରମୁଖ ଏୟାର ଚିଫ୍ ମାର୍ଶଲ ଆରକେଏସ ଭଦୋରିଆ ଫ୍ରାନ୍ସର ଏକ ସୈନ୍ୟ ବିମାନ ବନ୍ଦରରୁ ଏହି ବିମାନକୁ ସବୁଜ ପତାକା ଦେଖାଇଥିଲେ, ଏହାପରେ ବିମାନ ଭାରତ ଅଭିମୁଖେ ଉହାଣ ଆରମ୍ଭ କରିଥିଲେ ।

ନୂତନ ବିମାନ ସେନାରେ ସାମିଲ ହେବା ପରେ ରାଫେଲ ଜେଟର ୨ୟ ସ୍କ୍ୱାର୍ଡନ ତିଆରି ହେବାର ରାସ୍ତା ପ୍ରଶସ୍ତ ହୋଇଛି । ନୁତନ ସ୍କ୍ୱାଡ୍ରନ ପଶ୍ଚିମ ବଙ୍ଗର ହସିମାରା ବିମାନ ବନ୍ଦରରେ ସ୍ଥାପିତ ହେବ । ଫ୍ରାନସ ଗସ୍ତରେ ଥିବା ଭଦୋରିଆ ରାଫେଲ ଏୟାରକ୍ରାଫ୍ଟ ଟ୍ରେନିଙ୍ଗ ଫେସିଲିଟିରେ ପହଞ୍ଚି ଠିକ ସମୟରେ ରାଫେଲ ହସ୍ତାନ୍ତର କରିଥିବାରୁ ଏରୋସ୍ପେସ କଂପାନୀକୁ ଧନ୍ୟବାଦ ଜଣାଇଛନ୍ତି ।

ବାୟୁୁସେନା କହିଛି ଫ୍ରାନସ ଏବଂ ଦୁବାଇର ବାୟୁସେନା  ଯାତ୍ରା ସମୟରେ ବିମାନକୁ ଇନ୍ଧନ ଯୋଗାଇଥିଲେ । ତେବେ ଏନେଇ ବାୟୁସେନା ଏକ ଟ୍ୱିଟ କରିଛି, “ଫ୍ରାନସର ମେରିନେକ ବିମାନ ବନ୍ଦରରୁ ଉଡାଣ ଭରିବା ପରେ ରାଫେଲ ବିମାନର ୫ମ ବ୍ୟାଚ ୨୧ ଏପ୍ରିଲରେ ଭାରତ ପହଞ୍ଚିଛି । ଏହି ଯୁଦ୍ଧ ବିମାନ ପ୍ରାୟ ୮ ହଜାର କିମି ଯାତ୍ରା କରଛନ୍ତି । ଫ୍ରାନ୍ସ ଏବଂ ଦୁବାଇ ଯାତ୍ରା ସମୟରେ ଇନ୍ଧନ ଯୋଗାଇଥିଲେ । ଏହି ସହଯୋଗ ପାଇଁ ଉଭୟ ବାୟୁସେନାକୁ ଧନ୍ୟବାଦ ।”

ବାୟୁସେନା ପ୍ରମୁଖ କହିଛନ୍ତି କିଛି ରାଫେଲ ବିମାନ ସମୟ ପୂର୍ବରୁ ପହଞ୍ଚିଛନ୍ତି । ଏହା ଭାରତୀୟ ବାୟୁସେନାର କ୍ଷମତାରେ ଯୋଗଦେଇଛନ୍ତି । ଦିଲ୍ଲୀରେ ସେନା ଅଧିକାରୀ କହିଛନ୍ତି କି ଫ୍ରାନ୍ସକୁ ଏହି ଗସ୍ତ ଦ୍ୱାରା ଫ୍ରାନ୍ସ ଭାରତୀୟ ବାୟୁସେନା ଏବଂ ଫ୍ରେଞ୍ଚ ଏୟାର ଆଣ୍ଡ ସ୍ପେସ ଫୋର୍ସ ମଧ୍ୟରେ ସହଯୋଗ ବଢିବ ।

ପ୍ରଥମ ରାଫେଲ ସ୍କ୍ୱାଡ୍ରନ ଅମ୍ବାଲା ଏୟାର ବେସରେ ରହିଛି । ଏହି ସ୍କ୍ୱାଡ୍ରନରେ ୧୮ ବିମାନ ରହିଛି । ଭାରତ ଫ୍ରାନ୍ସ ସହିତ ୨୦୧୬ ସେପ୍ଟେମ୍ବର ରେ ଚୁକ୍ତି କରିଥିଲା । ଯେଉଁଥିରେ ଭାରତକୁ ୫୮ ହଜାର କୋଟି ଟଙ୍କାରେ ୩୬ଟି ରାଫେଲ ଯୁଦ୍ଧ ବିମାନ ପାଇଁ ଫ୍ରାନ୍ସ ଭାରତକୁ ଦେବାପାଇଁ ଚୁକ୍ତ ହୋଇଥିଲା । ଏପର୍ଯ୍ୟନ୍ତ ଭାରତରେ ୧୪ଟି ରାଫେଲ ବିମାନ ସଂଞ୍ଚାଳିତ ହେଉଛି ଏବଂ ନୂଆ ବ୍ୟାଚ ସାମିଲ ହେବାପରେ ଏହାର ସଂଖ୍ୟା ୧୮ ହୋଇଯିବ । ରାଫେଲର ପ୍ରଥମ ବ୍ୟାଚ ଗତ ବର୍ଷ ୨୯ ଜୁଲାଇରେ ଭାରତରେ ପହଞ୍ଚିଥିଲା ।

Get real time updates directly on you device, subscribe now.