fbpx

ମାଗଣାରେ ଅକ୍ସିଜେନ୍ ଯୋଗାଇବା ପାଇଁ ଯୁବକ ବିକିଲେ ନିଜର ୨୨ ଲକ୍ଷର ଗାଡି

ମୁମ୍ବାଇ ୨୩ ।୪ (ଓଡିଶା ଭାସ୍କର) : ସାରା ଦେଶରେ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି । ପଜିଟିଭ୍ ସଂଖ୍ୟାରେ ବିଶ୍ୱର ସବୁ ଦେଶକୁ ପଛରେ ପକାଇଛି ଭାରତ । ଏହା ଭିତରେ ରାଜ୍ୟମାନଙ୍କରେ ଅକ୍ସିଜେନର ଅଭାବ ଦେଖା ଦେଇଛି । ଅକ୍ସିଜେନ୍ ପାଇଁ ଲୋକମାନେ  ଅକ୍ସିଜେନ୍ ରିଫିଲିଙ୍ଗ୍ ସେଣ୍ଟର ଆଗରେ ଲମ୍ବା ଲାଇନର ଭଡି ଜମାଉଛନ୍ତି । ପରିଜନମାନଙ୍କୁ ବଞ୍ଚାଇବା ପାଇଁ ନଜର ସବୁ ଚେଷ୍ଟା ଜାରି ରଖିଛନ୍ତି। ଏପରିସ୍ଥଳେ ମୁମ୍ବାଇର ଜଣେ ଯୁବକ ଯାହାଙ୍କ ନାମ ଶାହାନାୱାଜ ଶୈଖ ନିଜର କାର ବିକ୍ରି କରି ଲୋକମାନଙ୍କୁ ମାଗଣାରେ ଅକ୍ସିଜେନ୍ ସିଲିଣ୍ଡର ଦେଇ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଏନେଇ ଲୋକମାନଙ୍କ ପାଖରେ ସେ ‘ଅକ୍ସିଜେନ୍ ମ୍ୟାନ୍’ ନାମରେ ପରିଚିତ ହୋଇଛନ୍ତି । ତେବେ ଶାହାନୱାଜ ଏକ ସ୍ୱତନ୍ତ୍ର ଟିମ ଗଠନ କରି କରୋନାରେ ଲୋକମାନଙ୍କୁ ସହଯୋଗ କରୁଛନ୍ତି । ଏଥିପାଇଁ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଯେଉଁଠି କି ଲୋକମାନେ ଫୋନ୍ କରି ସହାୟତା ମାଗୁଛନ୍ତି । ଏଭଳି ପରିସ୍ଥିତିରେ ଅର୍ଥ ଅଭାବ ପଡିବାରୁ ସେ ନିଜର କାର ଏସୟୁଭିର ଫୋଡ୍ ଏଣ୍ଡୟୋଭୋର ସ୍ପୋର୍ସ ୨୨ ଲକ୍ଷ ଟଙ୍କାର ଗାଡିକୁ ବିକ୍ରି କରିଦେଇଛନ୍ତି । ଏହି ଟଙ୍କାରେ ସେ ୧୬୦ଟି ଅକ୍ସିଜେନ୍ ସିଲିଣ୍ଡର କଣିଥିବା କହିଛନ୍ତି ।

ସୂଚନା ଅନୁସାରେ ଶାହାନୱାଜଙ୍କ ବନ୍ଧୁଙ୍କ ପତ୍ନୀ ଗତ ବର୍ଷ କରୋନାରେ ଅକ୍ସିଜେନ୍ ଅଭାବରୁ ପ୍ରାଣ ହରାଇଥିଲେ । ତାହାପରେ ଶାହାନୱାଜ ରେଗୀଙ୍କ ପାଇଁ ଏକ ଅକ୍ସିଜେନ୍ ସପ୍ଲାୟର ଏଜେଣ୍ଟ ଭାବେ କାମ କରିବା ପାଇଁ ମନସ୍ଥ କରିଥିଲେ । ସେଥିଲାଗି ସେ ଏକ ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଜାରି କରିଛନ୍ତି । ଗତ ବର୍ଷ ତାଙ୍କୁ କରୋନା ସମୟରେ ଅକ୍ସିଜେନ ଯୋଗାଇବା ପାଇଁ ୫୦ଟି ଫୋନ୍ କଲ ଆସିଥିଲା । ହେଲେ ଏଥର କରୋନାର ଦ୍ୱତୀୟ ଲହର ଅଧିକ ଭୟଙ୍କର ହୋଇଥିବାରୁ ଲୋକମାନେ ହସ୍ପିଟାଲରେ ବେଡ୍ ଏବଂ ଅକ୍ସିଜେନ୍ ପାଇଁ ବହୁତ ସମସ୍ୟା ଭୋଗ କରୁଛନ୍ତି । ତେବେ ଏ ବର୍ଷ କରୋନାରେ ଅକ୍ସିଜେନ୍ ସପ୍ଲାଇ ପାଇଁ ଶାହାନୱାଜଙ୍କୁ ୬୦୦ରୁ ଅଧିକ ଫୋନ୍ କଲ ଆସି ସାରିଛି । ବର୍ତ୍ତମାନ ଯାଏ ୪ହଜାରୁର ଅଧିକ ଲୋକଙ୍କୁ ତାଙ୍କ ଟିମ୍ ସାହାଯ୍ୟ କରିଥିବା ସେ କହିଛନ୍ତି ।

Get real time updates directly on you device, subscribe now.