fbpx

କୋଭିଡରେ ମୃତ୍ୟୁ ପୂର୍ବରୁ କ’ଣ କହିଥିଲେ ଲ୍ୟାବ ଟେକ୍ନିସିଆନ?

ମେରଟ,୨୩/୦୪: ଉତ୍ତରପ୍ରଦେଶର ମେରଟ ମେଡିକାଲ କଲେଜରେ ହେଉଥିବା ବିଶୃଙ୍ଖଳା ସମ୍ବନ୍ଧରେ ଏଠାରେ ଭର୍ତ୍ତି ହୋଇଥିବା ଲ୍ୟାବ ଟେକ୍ନିସିଆନ ଅନସୁଲ ଭିଡିଓ କରି ନିଜର ମତ ରଖିଥିଲେ ବର୍ତ୍ତମାନ ଏହି ଲ୍ୟାବ ଟେକ୍ନିସିଆନ କରୋନା (କୋଭିଡ-୧୯) ହେତୁ ମୃତ୍ୟୁ ବରଣ କରିଛନ୍ତି । ପରିବାର ସଦସ୍ୟ କହିଛନ୍ତି ଯେ ମେଡିକାଲ କଲେଜର ବିଶୃଙ୍ଖଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ।
ଲ୍ୟାବ ଟେକ୍ନିସିଆନ ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ କହିଥିଲେ କି ତାଙ୍କର ଠିକ ଭାବରେ ଚିକିତ୍ସା କରାଯାଉନାହିଁ । ସେ ଆହୁରି ମଧ୍ୟ କହିଥିଲେ ତାଙ୍କୁ ଶ୍ୱାସକ୍ରିୟା ନେବାରେ କଷ୍ଟ ହେଉଛି । “ଜଣେ ହେଲ୍ଥ ୱାର୍କର ଭାବରେ ଯଦି ତାଙ୍କ ସହ ଏଭଳି ହେଉଛି ତେବେ ଅନ୍ୟମାନଙ୍କ ସହିତ କିଭଳି ବ୍ୟବହାର କରାଯାଉନଥିବ? ଲ୍ୟାବ ଟେକ୍ନିସିଆନ ଯିଏବି ଆସୁଛନ୍ତି କେବଳ ପଲ୍ସ ରେଟ ଚେକ କରୁଛନ୍ତି ।”
ଲ୍ୟାବ ଟେକ୍ନିସିଆନ ଅନସୁଲଙ୍କ ମୃତ୍ୟୁ ପରେ ଆଜି ପରିବାର ଲୋକ ମୁଖ୍ୟମନ୍ତ୍ରୀଙ୍କ ଅଫିସ ସମ୍ମୁଖରେ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରିଥିଲେ । କର୍ମଚାରୀ ସଂଘର ଅଧିକାରୀମାନେ କହିଛନ୍ତି ଯେ ସେମାନେ ଡିଏମଙ୍କୁ ଏକ ସ୍ମାରକପତ୍ର ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିବେ । କର୍ମଚାରୀମାନଙ୍କ କହିବା ଅନୁଯାୟୀ ଲ୍ୟାବ ଟେକ୍ନିସିଆନ ଅସୁସ୍ଥ ଥିବା ପରେ ମଧ୍ୟ କାମ କରୁଥିଲେ । ଯାହା ଫଳରେ ସେ ଅଧିକ ଅସୁସ୍ଥ ହୋଇପଡିଲେ, ଆଉ ଏବେ ତାଙ୍କର ମୃତ୍ୟୁ ଘଟିଛି ।
ସେପଟେ ମେରଟ କଲେଜ ଅଧ୍ୟକ୍ଷ ଡ. ଜ୍ଞାନେନ୍ଦ୍ର କହିଛନ୍ତି ଲ୍ୟାବ ଟେକ୍ନିସିଆନ ଜଣକୁ ସମୟରେ ଔଷଧ ମିଳୁଥିଲା । କୋଭିଡ ଚିକିତ୍ସା ଦିଆଯାଉଥିଲା । ଇଞ୍ଜେକସନ ମଧ୍ୟ ଦିଆଯାଉଥିଲା । କୌଣସି ଅବହେଳା କରାଯାଇଥିବା ନେଇ ସେ ମନା କରିଛନ୍ତି ।
ଏଥି ସହିତ, ମେରଟ ମେଡିକାଲ କଲେଜରେ ପୁଣି ଥରେ ଶବ ବଦଳାଇଥିବା ଅଭିଯୋଗରେ ଅଧ୍ୟକ୍ଷ କହିଛନ୍ତି ଯେ ପରିବାର ଲୋକ ହୁଏତ ମୃତଦେହକୁ ଭୁଲ ଚିହ୍ନିଥିବେ । ବର୍ତ୍ତମାନ, ଶରୀର ଦେବା ପୂର୍ବରୁ ପରିବାର ସଦସ୍ୟଙ୍କ ଠାରୁ ଚିହ୍ନଟ କରାଯାଇଥାଏ ।

ଦେଖନ୍ତୁ ସେହି ଭିଡିଓ:

Get real time updates directly on you device, subscribe now.