fbpx

କରୋନା ପ୍ରଭାବ: ଭାରତରୁ ବିମାନ ବାତିଲ କଲା କାନାଡା

ନୂଆଦିଲ୍ଲୀ,୨୩।୪: କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭାରତରୁ ଯାଉଥିବା ସବୁ ଫ୍ଲାଇଟକୁ ବାତିଲ କରିଛି କାନାଡା। ଭାରତ ଉପରେ କାନାଡା ୩୦ ଦିନର ବ୍ୟାନ୍‌ ଲଗାଇଛି। ଏପରି କି ପାକିସ୍ତାନରୁ ଯାଉଥିବା ବିମାନ ଉପରେ ମଧ୍ୟ କାନାଡା କଟକଣା ଲଗାଇଛି। ବର୍ତ୍ତମାନ ୟୁନାଇଟେଡ୍‌ ଆରବ ଏମିରେଟ୍ସ, ବ୍ରିଟେନ ଏବଂ ହଂକଂ ଭଳି ଦେଶ ଭାରତରୁ ବିମାନ ସେବାକୁ ବାତିଲ କରିଛନ୍ତି। କରୋନ ସଂକ୍ରମଣ ବଢୁଥିବାରୁ ବିମାନ କଟକଣା କଡ଼ାକଡ଼ି କରିବାକୁ ସିଙ୍ଗାପୁର ଏବଂ ଇଣ୍ଡୋନେସିଆ ମଧ୍ୟ ନିଷ୍ପତ୍ତି ନେଇଥିବା ଜଣାପଡିଛି।

ଏହା ପୂର୍ବରୁ ଭାରତ ସହ ବିମାନ ସେବା ସମ୍ପର୍କ ଛିନ୍ନ କରିଛି ହଂକଂ । ଭାରତରେ ଦ୍ରୁତ ଗତିରେ ବଢୁଥିବା କରୋନା ପାଇଁ ହଂକଂ ସରକାର ଏଭଳି ପଦେକ୍ଷପ ନେଇଛନ୍ତି । ଭାରତକୁ ଅସୁଥିବା ବିମାନ ସେବାଗୁଡିକୁ ମେ’ ୩ ତାରିଖ ଯାଏ ବାତିଲ ହୋଇଛି । ଭାରତ ସହିତ ପାକିସ୍ତାନ ଏବଂ ଫିଲିପାଇନ୍ସି ସହ ମଧ୍ୟ ହଂକଂ ମେ’ ୩ ତାରିଖ ଯାଏ ବିମାନ ସେବା ବାତିଲ କରିଛି ।

Get real time updates directly on you device, subscribe now.