fbpx

ଓଡିଶାର ଏହି ପଞ୍ଚାୟତରେ ଲାଗିଲା ୭ ଦିନିଆ ସଟ-ଡାଉନ୍‌, ଜାଣନ୍ତୁ କେଉଁଠି?

କଳାହାଣ୍ଡି,୨୪ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି, ଯାହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି । ଏହାରି ମଧରେ କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡ ନର୍ଲାର ବିଭିନ୍ନ ଅଞ୍ଚଳରେ ଦୈନିକ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏନେଇ ଆଜି ନର୍ଲା ବ୍ଲକର ନର୍ଲା, ରୁପ୍ରାରୋଡ ଓ ଶାନ୍ତପୁର ପଞ୍ଚାୟତକୁ ୭ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଆଜି ସନ୍ଧ୍ୟା ୭ଟାରୁ ଶୁକ୍ରବାର ସନ୍ଧ୍ୟା ୭ଟା ଯାଏଁ ଅତ୍ୟାବଶ୍ୟକୀୟ ଜରୁରୀକାଳୀନ ସେବା ବ୍ୟତିତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ।

ତେବେ ଦିନକୁଦିନ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ବଢିବାକୁ ଲାଗଥିବାକୁ ନେଇ ସତର୍କ ପଦକ୍ଷେପ ନେଇଛନ୍ତି ସରପଞ୍ଚ ଚିରଞ୍ଜିବୀ ଗୌଡିଆ,ଚିତ୍ତରଞ୍ଜନ ରଣା ଓ ଟିକେଧର ସାହୁ । ପରିସ୍ଥିତି ଭୟଙ୍କର ହେବାରୁ ସେମାନେ ପଞ୍ଚାୟତକୁ ୭ଦିନ ପାଇଁ ସଟ-ଡାଉନ୍ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.