fbpx

ଖୁସି ଖବର : ଓଡ଼ିଶାରେ ଆଜି ୫୬୩୪ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୫୬୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୯୧ ହଜାର ୦୪୮ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ ୪୫୧, ସୁନ୍ଦରଗଡ଼ରୁ ୪୨୬, କଟକରୁ ୩୬୭, ନୂଆପଡ଼ାରୁ ୩୧୮, ପୁରୀରୁ ୩୦୫, ନବରଙ୍ଗପୁରରୁ ୨୫୨, ସମ୍ବଲପୁରରୁ ୨୨୯, ବଲାଙ୍ଗୀରରୁ ୨୦୯, କେନ୍ଦୁଝରରୁ ୧୯୨ ଜଣ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.