ବାରମର: ରାଜସ୍ଥାନରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା । କୋଭିଡରେ ମୃତ୍ୟୁବରଣ କରିଥିବା ପିତାଙ୍କ ଚିତା ଉପରକୁ ଡେଇଁ ଜଣେ ୩୪ ବର୍ଷ ବୟସ୍କ ମହିଳା ଗୁରୁତର ଭାବରେ ପୋଡି ହୋଇଯାଇଛନ୍ତି ।
ପୋଲିସର ସୂଚନାନୁସାରେ, କୋଭିଡ କାରଣରୁ ମଙ୍ଗଳବାର ଦିନ ବାରମର ଜିଲ୍ଲାର ଏକ ଡାକ୍ତରଖାନାରେ ଦାମୋଦରଦାସ ଶାରଦା (୭୩) ଙ୍କ ମୃତ୍ୟୁ ହୋଇଥିଲା ।ତେବେ ଶାରଦାଙ୍କୁ ଶବଦାହ କରାଯାଉଥିବାବେଳେ ତାଙ୍କର ସାନଝିଅ ଚନ୍ଦ୍ରା ଶାରଦା ହଠାତ ଜୁଇ ଉପରକୁ ଡେଇଁପଡିଥିବା ନେଇ ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି । ଯଦିଓ ଚନ୍ଦ୍ରାଙ୍କୁ ପାଖରରେ ଥିବା ଲୋକମାନେ ନିଆଁରୁ ଟାଣି ନେଇଥିଲେ, ତଥାପି ସେ ପ୍ରାୟ ୭୦ ପ୍ରତିଶତ ଜଳି ଯାଇଥିଲେ। ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ଚିକିତ୍ସା ପାଇଁ ଯୋଧପୁରର ଏକ ଡାକ୍ତରଖାନାକୁ ପଠାଯାଇଥିଲା।
ବାରମର ବାସିନ୍ଦା ଦାମୋଦରଦାସ ଶାରଦାଙ୍କର କୋଭିଡ ପଜିଟିଭ୍ ପରେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା ।