fbpx

ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ମିଳିଲା ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଗଞ୍ଜାମ, ୫ା୫ (ଓଡିଶା ଭାସ୍କର): ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ମିଳିଲା ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ସର୍ବପୂରାତନ କଲେଜର ଅନେକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି । ଏହି ଘୋଷଣା ଦ୍ୱାରା ଦକ୍ଷିଣ ଓଡ଼ିଶାବାସୀ ବିଶେଷ ଭାବେ ଉପକୃତ ହେବା ସହ ଗବେଷଣା ଓ ନୂଆ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ।

୧୮୫୬ ମସିହାରେ ବ୍ରହ୍ମପୁର ସହରରେ ଏକ ଛୋଟ ସ୍କୁଲରୁ ଏହି କଲେଜର ଆରମ୍ଭ ହୋଇଥିଲା । ୧୮୭୮ ମସିହାରେ ଏହା ଇଣ୍ଟରମିଡିଏଟ୍ କଲେଜରେ ପରିଣତ ହୋଇଥିବା ବେଳେ ୧୮୯୩ରେ ଏହାର ନାମ ଖଲ୍ଲିକୋଟ କଲେଜ ରଖାଯାଇଥିଲା । ସେତେବେଳେ ଖଲ୍ଲିକୋଟ ରାଜା ଏହି କଲେଜ ନିର୍ମାଣ ପାଇଁ କିଛି ଜମି ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ଏହି କଲେଜରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ସ୍ନାତକ ଶ୍ରେଣୀ ଆରମ୍ଭ କରାଯାଇଥିଲା ।

Get real time updates directly on you device, subscribe now.