fbpx

ପତ୍ନୀକୁ ହ୍ୱାଟସଆପ୍ ଜରିଆରେ ୩ ତଲାକ୍ ଦେଲେ ସ୍ୱାମୀ

ଉତ୍ତରପ୍ରଦେଶ ୦୫ । ୦୫ (ଓଡ଼ିଶା ଭାସ୍କର) : ପ୍ରେମ , ବିବାହ ଓ ଧୋକା। ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର ବୁଲନ୍ଦ ସହର ଜିଲ୍ଲାରେ ଦେଖିବାକୁ ମିଳିଛି। ଜଣେ ଯୁବକ ନିଜ ପତ୍ନୀଠାରୁ ଦୁଇ ପିଲାଙ୍କୁ ଅଲଗା କରି ନିଜର ସାଙ୍ଗରେ ରଖିଛି। ଏହାସହ ହ୍ୱାଟସଆପ୍ ଜରିଆରେ ୩ ତଲାକ୍ ଦେଇଛି। ସୂଚନା ଅନୁସାରେ ଶିକାରପୁରରେ ରହୁଥିବା ଜଣେ ଯୁବକ ୬ ବର୍ଷ ପୂର୍ବେ ଫେସବୁକ୍ ଜରିଆରେ ଛତିଶଗଡର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫଶାଇ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ଦୁହିଁଙ୍କର ଦୁଇଟି ସନ୍ତାନ ହୋଇଥିଲେ। ତେବେ ଯୁବକ ଜଣକ ନିଜ ପତ୍ନୀଠାରୁ ଦୁଇ ପିଲାଙ୍କୁ ଅଲଗା କରି ନିଜର ସାଙ୍ଗରେ ରଖିବା ସହିତ ନିଜ ପତ୍ନୀରକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ମଧ୍ୟ ଦେଇଥିଲା । ଏହାସହ ବ୍ୟକ୍ତିଜଣକ ନିଜ ପତ୍ନୀକୁ ହ୍ୱାଟସଆପ୍ ଜରିଆରେ ୩ ତଲାକ୍ ମଧ୍ୟ ଦେଇଛନ୍ତି ।

ଏନେଇ ମହିଳା ଜଣକ ନ୍ୟାୟ ପାଇଁ ବିଭିନ୍ନ ଅଫିସ ଘୁରି ବୁଲୁଛନ୍ତି। ନିଜର ସ୍ୱାମୀ ସହିତ ଦୁଇ ପିଲାଙ୍କୁୂ ହରାଇ ସାରିଥିବା ମହିଳା ଜଣଙ୍କ ଏବେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି। ଏସଏସପି ଅଫିସରେ ମହିଳା ଜଣକ ଗୁହାରୀ କରିଥିଲେ। ହେଲେ ପୋଲିସ ତାଙ୍କୁ ମହିଳା ମରାପର୍ଶ କେନ୍ଦ୍ର ଯିବାକୁ କହିଥିଲେ। ମହିଳାଙ୍କ କହିବା ଅନୁସାରେ ନିଜର ଅଧୀକାର ପାଇଁ ସେ ଲଢେଇ କରିବେ ।

Get real time updates directly on you device, subscribe now.