fbpx

ପଡୋଶୀ ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ପାଇଁ କଟକଣା

୧୪ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ

କୋରାପୁଟ, ୦୫/୦୫(ଓଡ଼ିଶା ଭାସ୍କର) : ପଡୋଶୀ ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ପାଇଁ ଲାଗିଲା କଟକଣା । ଆନ୍ଧ୍ରପ୍ରଦେଶ କିମ୍ବା ତେଲେଙ୍ଗାନାରୁ ଆସୁଥିବା ପ୍ରବାସୀ ଓଡ଼ିଆ ସୀମାରେ ପ୍ରବେଶକରିବା ମାତ୍ରେ ୧୪ଦିନିଆ କ୍ୱାରେଣ୍ଟାଇନ ରେ ରହିବେ । ଏଣେ ତେଣେ ବୁଲିପାରିବେ ନାହିଁ ।
ପ୍ରବାସୀମାନେ ଅଟକିଥିବା ଅଞ୍ଚଳର ଜିଲ୍ଲାପାଳ ପ୍ରବାସୀଙ୍କ ନିଜ ଜିଲ୍ଲାରେ ପହଞ୍ଚାଇବାର ବ୍ୟବସ୍ଥା କରାଇବେ । ବିଶେଷ କରି ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ପହଞ୍ଚୁଥିବା ଶ୍ରମିକ ମାନଙ୍କ ଉପରେ ଗୁରୁତ୍ବ ଦିଆଯାଇଛି ।
ଆଜି ଭିଡିଓ କନ୍ଫରେନ୍ସିଂଗରେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହିତ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ଅଵଦ୍ଦାଲ ଅଖତର ।
ସେହିପରି ରାଜ୍ୟ ବାହାରୁ ଆସୁଥିବା ସମସ୍ତ ପ୍ରବାସୀଙ୍କ ପାଇଁ କ୍ଲଷ୍ଟର ଟିଏମସିରେ ୧୪ଦିନିଆ କରେଣ୍ଟାଇନ୍ ବାଧ୍ୟତା ମୂଳକ କରାଯାଇଛି ଏବଂ ପ୍ରବାସୀଙ୍କ ଟିକାକରଣ ସରିଥିଲେ ୭ ଦିନର ହୋମ ଆଇସୋଲେସନ ବାଧ୍ୟତାମୂଳକ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି। ଏଣୁ ବ୍ଲକ ଗୁଡିକରେ ଅତିରିକ୍ତ ଟିଏମସି ଖୋଲିବାକୁ ନିର୍ଦେଶ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।
କରୋନା ସଂକ୍ରମଣରେ ପ୍ରତିବନ୍ଧକ ଲଗାଇବାପାଇଁ ଲାଗୁ କରାଯାଇଥିବା ଲକ୍ ଡାଉନ୍ କୋରାପୁଟ ଜିଲ୍ଲାରେ କଡାକଡି ପାଳନ କରାଯାଉଛି । ସହରାଂଚଳରେ ପରିବା ବଜାରକୁ ଖୋଲା ସ୍ଥାନକୁ ସ୍ଥାନାନ୍ତର କରାଯାଇ ଜନଗହଳି ମୁକ୍ତ କରାଯାଥିବା ବେଳେ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ କରାଯାଉଛି । ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ସୀମାନ୍ତକୁ ସିଲ କରାଯାଇଛି ।  ବିଶେଷ କରି ଆନ୍ଧ୍ର ସୀମାନ୍ତ ପାଡୁଆ ଥାନା  ଅନ୍ତର୍ଗତ ଚାଟୁଆ, ପଟାଙ୍ଗୀ ଥାନା ଅନ୍ତର୍ଗତ ଶୁଙ୍କି, ବନ୍ଧୁଗାଁ ଥାନା ଅନ୍ତର୍ଗତ ଚିଡିବାଲସା ଓ ଛତିଶଗଡ଼ ସୀମାନ୍ତ କୋଟପାଡ଼ ଥାନାଞ୍ଚଳର ଚାନ୍ଦିଲି ଠାରେ ପୋଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଉଛି । ପୁର୍ବ ଲକ୍ ଡାଉନ୍ ଭଳି ଚଳିତ ଥର ଏତେ କଠୋର ନିୟମ ନଥିଲେ ବି ଯେପରି ଜୀବନ ସହ ଜୀବିକା ମଧ୍ୟ ବଞ୍ଚିବ ସେଥି ପ୍ରତି ଧ୍ୟାନ ଦିଆଯାଉଥିବା କହିଛନ୍ତି କୋରାପୁଟ ଜିଲ୍ଲାପାଳ ଅଵଦ୍ଦାଲ । ଜୟପୁର ବ୍ଲକ କାର୍ଯ୍ୟାଳୟର ସଭାଗୃହ ଠାରେ ଏହି ଭିଡିଓ କନ୍ଫରେନ୍ସିଂଗରେ ଜିଲ୍ଲାପାଳଙ୍କ ସହିତ ଜୟପୁର ଉପ ଜିଲ୍ଲାପାଳ ହେମକାନ୍ତ ସାଏ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.